Breaking

ସୁସ୍ଥ ହେଲେ ମୁନ୍ନା ଭାଇ

ସୋସିଆଲ ମିଡ଼ିଆରେ ସେୟାର କଲେ ଭାବବିହ୍ୱଳ ପୋଷ୍ଟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ୍ ରେ କ୍ୟାନ୍ସର ରେ ଚିକିତ୍ସିତ ହେଉଥିବା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଏ ସଂପର୍କ ରେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି ସେ ସୂଚନା ପ୍ରଦାନ କରିଛନ୍ତି। ନିଜ ପିଲାଙ୍କ ୧୦ ମ ଜନ୍ମଦିନରେ ସୁସ୍ଥ ହୋଇଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଥିବା ବେଳେ ନିଜର ପରିବାର, ବନ୍ଧୁ ଏବଂ ପ୍ରଶଂସକ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ଏ ସମ୍ପର୍କରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ସେ କହିଛନ୍ତି, “ଗତ କିଛି ଦିନ ମୋର ଏବଂ ମୋ ପରିବାର ପାଇଁ ଏକ କଷ୍ଟକର ସମୟ ଥିଲା। କିନ୍ତୁ ଯେପରି କୁହାଯାଏ ଭଗବାନ ବୀର ସୈନିକ ଙ୍କୁ ହିଁ କଠିନ ସମସ୍ୟା ଦିଅନ୍ତି। ଆଜି ମୋ ପିଲାଙ୍କ ଜନ୍ମଦିନରେ ମୁଁ ଏହି ସଙ୍ଘର୍ଷ ରେ ବିଜୟୀ ହୋଇଥିବାରୁ ଏବଂ ମୋ ପରିବାରକୁ ମୋ ସୁସ୍ଥ ଶରୀର ଉପହାର ସ୍ୱରୂପ ଦେଇପାରିଥିବାରୁ ମୁଁ ବହୁତ ଖୁସି।
ମୁଁ ମୋ ପରିବାର, ବନ୍ଧୁ ଏବଂ ପ୍ରଶଂସକ ମାନଙ୍କୁ ଧନ୍ୟବାଦ ଜଣାଉଛି ଯାହାଙ୍କ ପ୍ରାର୍ଥନା ଏବଂ ସହଯୋଗ ବିନା ଏ ସଙ୍ଘର୍ଷ କରିବା ସମ୍ଭବପର ନଥିଲା।
ମୁଁ ସ୍ଵତନ୍ତ୍ର ଭାବେ ଧନ୍ୟବାଦ୍ ଜଣାଉଛି ଡାକ୍ତର ସେୱନ୍ତି ଙ୍କୁ ଯାହାଙ୍କ ଟିମ୍ ମତେ ଏହି ବିପଦ ରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ତା ସହ କୋକିଲାବେନ ହସ୍ପିଟାଲ୍ ର ନର୍ସ ମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରୁଛି।”
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ସଞ୍ଜୟ ଦତ୍ତ କ୍ୟାନ୍ସର ରେ ପୀଡ଼ିତ ହେବା ସହ କୋକିଳାବେନ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେବା ନେଇ ସୂଚନା ଦେଇଥିଲେ। ତାଙ୍କର ଆରୋଗ୍ୟ ହେବା ଖବର ଶୁଣି ପ୍ରଶଂସକ ମହଲ ରେ ଖୁସିର ଲହରୀ ଖେଳି ଯାଇଛି।

loading...

Leave A Reply

Your email address will not be published.