Breaking

ଏବେ ୫ଜି ସେବା ଯୋଗାଇବ ରିଲାଏନ୍ସ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

୪ ଜି ପରେ ଭାରତକୁ ୫ଜି ଆଣିବ ରିଲାଏନ୍ସ ଜିଓ। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରି ର ମାଲିକ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି।
ଅମ୍ବାନୀ କହିବା ଅନୁଯାୟୀ ବର୍ତ୍ତମାନ ର ଡିଜିଟାଲ ଯୁଗରେ ଭାରତର ୩୦ କୋଟିରୁ ଉର୍ଦ୍ଧ୍ବ ଜନତା ଆଜି ବି ୨ଜି ବ୍ୟବହାର କରୁଛନ୍ତି। ତାଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ୫ଜି ସେବା ଦେଶର ଜନ ସାଧାରଣଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ରିଲାଏନ୍ସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ଜିଓ ପକ୍ଷରୁ ୫ଜି ର ଲଞ୍ଚ ସଂପୂର୍ଣ୍ଣ ହୋଇଯାଇଥିବ ବୋଲି ଅମ୍ବାନୀ ସୂଚନା ଦେଇଛନ୍ତି।
ତେବେ ଏହି ୫ଜି ସେବା ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ହେବା ସହ ପ୍ରଧାନମନ୍ତ୍ରୀ ଙ୍କ “ଆତ୍ମନିର୍ଭର ଭାରତ” ର ଯଥାର୍ଥତା ପ୍ରତିପାଦନ କରିବ ବୋଲି ଅମ୍ବାନୀ ଆଶା ପୋଷଣ କରିଛନ୍ତି।

loading...

Leave A Reply

Your email address will not be published.