Breaking

କାହିଁକି ମହିଳାମାନେ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ କିଛି କାରଣ

0

ନିଜ ପାର୍ଟନର୍ ସହ ବ୍ରେକଅପ୍ କରିବା ବୋଧେ ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ କାମ । ନଚାହିଁଲେ ସୁଦ୍ଧା ଏମିତି କିଛି କାରଣ ଥାଏ ଯେଉଁଥି ପାଇଁ ବାଧ୍ୟ ହୋଇ ଅଲଗା ହୋଇଥାନ୍ତି ପ୍ରେମୀଯୁଗଳ । ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ମହିଳା ମାନେ ସାଧାରଣତଃ କେଉଁ କାରଣରୁ ବ୍ରେକଅପ୍ କରିଥାନ୍ତି ତାହା ସାମ୍ନାକୁ ଆସିଛି ।

ବ୍ରେକଅପ୍ କାରଣର ତାଲିକା ମଧ୍ୟରେ ସବୁଠାରୁ ଉପରେ ଅଛି ‘ତୁମେ ବଦଳି ଯାଇଛ’ । ଶୁଣିବାକୁ ହୁଏତ ଅଡୁଆ ଲାଗୁଥାଇପାରେ । କିନ୍ତୁ ଅଧିକାଂଶ ସଂପର୍କ ଏହି କାରଣରୁ ଭାଙ୍ଗିଥାଏ । ବଦଳିବା ଯଦିଓ ଖରାପ ନୁହେଁ କିନ୍ତୁ ପରିବର୍ତ୍ତନ ଯଦି ସଂପର୍କ ଉପରେ ପ୍ରଭାବ ପକାଏ ତାହେଲେ ଖରାପ ହୋଇଥାଏ ।

ଅତ୍ୟଧିକ ପିଲାଳିଆମୀ ସଂପର୍କକୁ ଭାଙ୍ଗି ପାରେ । ଅଧିକାଂଶ ମହିଳାଙ୍କ ମତରେ ଏପରି ପ୍ରକୃତିର ଲୋକମାନେ କୌଣସି କଥାକୁ ଗୁରୁତ୍ୱର ସହ ନେଇ ନଥାନ୍ତି । ଅଳ୍ପ ପିଲାଳିଆମୀ ସମସ୍ତଙ୍କ ପାଖରେ ଥାଏ । କିନ୍ତୁ ସବୁ କଥାକୁ ହାଲକା ଭାବରେ ଗ୍ରହଣ କରୁଥିବା ସାଥୀ ଠାରୁ ଶୀଘ୍ର ଅଲଗା ହୋଇଯାଆନ୍ତି ମହିଳାମାନେ ।

ପ୍ରାଧାନ୍ୟ କମିଯିବା ଆଉ ଏକ କାରଣ । ଯଦି ପୁରୁଷ ବନ୍ଧୁ ଫୋନ୍ ନଉଠାନ୍ତି, ଦେଖା କରିବାକୁ ଦିନ ଗଡାନ୍ତି ତେବେ ମହିଳାମାନେ ଭାବନ୍ତି ଯେ ସାଥୀ ଆଉ ଆଗ ପରି ତାଙ୍କୁ ପ୍ରାଧାନ୍ୟ ଦେଉ ନାହାଁନ୍ତି । ଫଳରେ ସଂପର୍କରେ ଭଟ୍ଟା ପଡିଥାଏ ।

ସେହିପରି ଆଉ ଏକ କାରଣ ହେଉଛି ଦୂରରେ ଥିବା ସଂପର୍କ ବେଶିଦିନ ତିଷ୍ଠି ପାରି ନଥାଏ । ଯଦିଓ ସୋସିଆଲ୍ ମିଡିଆ ଜରିଆରେ ପରସ୍ପର ସହ ଯେକøଣସି ସମୟରେ କଥା ହୋଇହୁଏ କିନ୍ତୁ ଦେଖାକରି କଥା ହେବା , ପରସ୍ପର ସହ କିଛି ସମୟ ଏକାଠି ବିତାଇବାକୁ ବେଶି ପସନ୍ଦ କରନ୍ତି ଝିଅ ମାନେ । ଅଧିକ ଦିନ ଦୂରରେ ରହିଲେ ମହିଳା ମାନେ ଧର୍ଯ୍ୟହରା ହୋଇ ସଂପର୍କ ଭାଙ୍ଗିଥାନ୍ତି ।

ଆଉ ଏକ ନିରାଟ ସତ ହେଉଛି ଯେ ହାଣ୍ଡସମ୍ ପୁଅ ମାନଙ୍କୁ ବେଶୀ ପସନ୍ଦ ସହ ପ୍ରାଧାନ୍ୟ ଦେଇଥାନ୍ତି ମହିଳାମାନେ । ଯଦି ପୁରୁଷବନ୍ଧୁଙ୍କ ସାଙ୍ଗମାନେ ତାଙ୍କଠାରୁ ଅଧିକ ହାଣ୍ଡସମ୍ ହୋଇଥାନ୍ତି ତେବେ ମହିଳା ମାନେ ବ୍ରେକ୍ ଅପ୍ ପାଇଁ ପାଦ ଆଗକୁ ବଢାଇଥାନ୍ତି ।

ସେହିପରି ଯେଉଁ ଝିଅମାନଙ୍କ ବାପା ମା’ ପୁଅକୁ ପସନ୍ଦ କରନ୍ତିନି ସେ କ୍ଷେତ୍ରରେ ମଧ୍ୟ ସଂପର୍କ ଭାଙ୍ଗିଥାଏ । କାରଣ ନିଜ ବାପାମା’ଙ୍କ ଇଚ୍ଛାକୁ ସମ୍ମାନ ଦେବା ସହ ସେମାନଙ୍କ କଥା ନମାନି ନୂଆ ସଂସାର କରିବାକୁ ଚାହାଁନ୍ତିନି ଅନେକ ଝିଅ ।

loading...

Leave A Reply

Your email address will not be published.