Breaking

କାଳିଆ ପାଈ କଟକଣା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକଣା ଭିତରେ ହୋଇପାରେ ଏଥରର ରଥଯାତ୍ରା । ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ଏନେଇ ସଂକେତ ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିବା ରାମଚନ୍ଦ୍ର କହିଛନ୍ତି, ଏଥର ମହାମାରୀକୁ ନଜରରେ ରଖି ଶ୍ରୀମନ୍ଦିର ର କଟକଣା ଅନୁସାରେ ସେବାୟତମାନେ କାମ କରିବେ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୂୁସାରେ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରଥଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥ ଯାତ୍ରା ସମ୍ପର୍କରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ମୁକ୍ତିମଣ୍ଡପ ପଣ୍ଡିତ, ଦଇତାପତି, ମନ୍ଦିର ସେବାୟତ ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ରଥଯାତ୍ରା ସହ ସମଗ୍ର ଓଡିଆ ଜାତି ଓ ପ୍ରତିଟି ମନୁଷ୍ୟର ଭାବାବେଗ ଜଡିତ।ତେଣୁ ଏ ନେଇ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବିଭିନ୍ନ ମହଲରୁ ନିବେଦନ କରାଯାଇଛି।

loading...

Leave A Reply

Your email address will not be published.