ଚିରନିଦ୍ରାରେ ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହ

0 3

ଭୁବନେଶ୍ୱର:ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହ ଆଉ ନାହାଁନ୍ତି। ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।ରସରାଜ ନାରାୟଣ ପ୍ରସାଦ ସିଂହ ଜଣେ ଜଣାଶୁଣା ଓଡ଼ିଆ କବି ଓ କଥାଚିତ୍ର ଗୀତିକାର ଥିଲେ । ସେ ୨୮ ମଇ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ।ଶହେରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ ନାରାୟଣ।ରସରାଜ ନାରାୟଣ ପ୍ରସାଦ ସିଂହଙ୍କ କାଳଜୟୀ ଗୀତ ମଧ୍ୟରୁ ‘ଏ ତ କଳିକାଳ ରୀତି ବିପରୀତ ଭାଇ.ରେ.., ‘ଉଡ଼ି ଉଡ଼ି ଯା’ରେ ଗୁଡ଼ି,‘ଜୀବନ ଯମୁନାରେ ଜୁଆର ଉଠେରେ’, ‘ରତନୀ ଗଜ ଗମନୀ.’,‘ଚୋରା ଚୋରା ପ୍ରୀତି ଆସ ସାଥୀ ଡାକେ ଜୋଛନା’, ‘ସପନର ପଥେ ପଥେ .’ ଏବେ ବି କେଉଁଠି ବାଜିଲେ ଶ୍ରୋତାମାନେ ଆନମନା ହୋଇଯାଆନ୍ତି। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଓଡିଆ ସଙ୍ଗୀତ ଜଗତରେ ଏକପ୍ରକାର ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.