Breaking

ପୁରୀରେ ହିଂସାକାଣ୍ଡ ଘଟଣା : ଆଉ ୧୨ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

0

ପୁରୀ:ପୁରୀ ସହରରେ ବନ୍ଦ ଏବଂ ବ୍ୟାପକ ତୁମୁଳକାଣ୍ଡ ଘଟଣାରେ ଆଉ ୧୨ ଜଣଙ୍କୁ ସିଂହଦ୍ୱାରା ଥାନା ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କିଛି ଗୁମାସ୍ତା ଅଛନ୍ତି । ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ପୂର୍ବରୁ ଟାଉନ ଥାନା ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରିଥିଲା। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବୁଧବାର ଦିନ ପୁରୀରେ ବନ୍ଦ ପାଳନ ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ବନ୍ଦ ବେଳେ ଆନ୍ଦୋଳନକାରୀ ସହରରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ।ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୀରେ ପହଂଚି ସ୍ଥିତିର ସମୀକ୍ଷା କରିବା ସହ ବିଶୃଂଖଳାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

loading...

Leave A Reply

Your email address will not be published.