Breaking

କୋର୍ଟର ନିଷ୍ପତ୍ତି ପରେ ଏହି ବୟାନ ଦେଲେ ପ୍ରିୟା ପ୍ରକାଶ

0

ମୁମ୍ବାଇ:ସୁପ୍ରିମକୋର୍ଟରେ ମଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ବିରୁଦ୍ଧରେ ହାଇଦ୍ରାବାଦରେ ରୁଜୁ ହୋଇଥିବା ଏକ ମାମଲାକୁ ଶୁକ୍ରବାର ଦିନ ରବ୍ଦ କରାଯାଇଛି । ଏହି ଅଭିନେତ୍ରୀ ‘ଓରୁ ଆଦାର ଲଭ’ ଫିଲ୍ମରେ ଆଖି ମାରିବା ଦୃଶ୍ୟକୁ ନେଇ ବିବାଦରେ ଆସିଥିଲେ ।

କୋର୍ଟ ଏହି ବିବାଦୀୟ ଗୀତ ଉପରେ ଆଗାମୀ ଦିନରେ କୌଣସି ମାମଲା ରୁଜୁ କରିବାକୁ ନେଇ ମଧ୍ୟ ରୋକ ଲଗାଇଛନ୍ତି । ଫିଲ୍ମ ଏବେ ନିର୍ମାଣ ହେଉଛି । ମୁଖ୍ୟ ନ୍ୟାୟଧୀଶ ଦୀପକ ମିଶ୍ର,ନ୍ୟାୟଧୀଶ ଏ.ଏମ.ଖାନବିଲକର ଏବଂ ନ୍ୟାୟଧୀଶ ଡି ଭାଈ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପିଠ ଏହାକୁ ବିଶ୍ଲେଷଣ କରି କହିଲେଯେ ଏହା ଈର୍ଷା,ନିନ୍ଦାର ମାମଲା ନୁହେଁ ।

କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରିୟା ତାଙ୍କ ବୟାନ ଦେଇଛନ୍ତି । ସେ କହିଛନ୍ତିଯେ, ମୁଁ ବହୁତ ଖୁସି ଅଛି ଏବଂ ଶାନ୍ତି ଅନୁଭବ କରୁଛି । ଏହି ମାମଲା ରୁଜୁ ହେବା ପରେ ମୁଁ ଖୁବ ଚିନ୍ତାରେ ରହିଥିଲି ।

କୋର୍ଟ କହିଛନ୍ତିଯେ ଏହି ଗୀତ କୌଣସି ନୈତିକ ଏବଂ ସାର୍ବଜନୀନ ମୂଲ୍ୟକୁ ଅନାଦାର କରିବା ପାଇଁ କରାଯାଇ ନାହିଁ । ଏଥିରେ କୌଣସି ନିନ୍ଦା ହୋଇନାହିଁ ।

loading...

Leave A Reply

Your email address will not be published.