Breaking

ମନେ ରହିବେ ମହାରଥୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ହାରିଗଲେ ମହାରଥୀ।ଚିରନିଦ୍ରାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଶୋକାକୂଳ ପରିବେଶରେ ମହାରଥୀଙ୍କୁ ଶେଷ ବିଦାୟ ଦେଲେ ପରିବାରବର୍ଗ । ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ତାଙ୍କ ମରଶରୀର ଉପରେ ଦଳୀୟ ପତାକା ଘୋଡାଇ ଦିଆଯାଇଥିଲା । ଶେଷକୃତ ସମୟ ପରିବାର ଲୋକଙ୍କ ସମେତ ଅନେକ ସମର୍ଥକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ତାଙ୍କ ମୃତ୍ୟୁ ସହ ରାଜନୀତିର ଏକ ଯୁଗର ଅବସାନ ହୋଇଛି।ସେ ଆଉ ଫେରିବେନି ସତ କିନ୍ତୁ ତାଙ୍କ ଯେଉ ରାଜନୀତିକ ଦୃଷ୍ଟିଭଙ୍ଗି ଓ ନିଆରା ଅନ୍ଦାଜ୍ ସର୍ବଦା ସମସ୍ତଙ୍କ ମାନସ ପଟରେ ଚୀରସ୍ମରଣୀୟ ହୋଇ ରହିବ।

ଓଡିଶା ନ୍ୟୁଜ୍ ଟୁଡେ ପରିବାର ତରଫରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ।

loading...

Leave A Reply

Your email address will not be published.