Breaking

ନିର୍ମଳାକୃତି ବିକାଶ ଟ୍ରଷ୍ଟର ଦ୍ୱାଦଶ ତମ ପ୍ରତିଷ୍ଠା ଉତ୍ସବ ପାଳିତ

0

ଭୁବନେଶ୍ୱର : ମାନସିକ ଶାନ୍ତି ପାଇବାର ସରଳ ଓ ସୁଗମ ମାର୍ଗ ହେଉଛି ନିସ୍ୱାର୍ଥ ସେବାରେ ବ୍ରତୀ ହେବା । ଅନ୍ୟକୁ ଧନ, ମାନ ଦ୍ୱାରା ଯେତିକି ସନ୍ତୁଷ୍ଟ କରି ନହୁଏ ସେତିକି ସନ୍ତୁଷ୍ଟ କେବଳ ଅନାବିଳ ସେବା ଦ୍ୱାରା ସମ୍ଭବ ହୋଇଥାଏ । ସେବା ଏପରି ଏକ କର୍ମ ଯାହା ଅନ୍ୟମାନଙ୍କୁ ସୁଖ ପ୍ରଦାନ କରିବା ସହିତ ନିଜର ଆତ୍ମ କଲ୍ୟାଣ ସାଧନ କରିଥାଏ । ଏହିପରି ମତ ପୋଷଣ କରିଥିଲେ ପ୍ରମୁଖ ବକ୍ତାଗଣ । ଭୁବନେଶ୍ୱର ସ୍ଥିତ ନିର୍ମଳାକୃତି ବିକାଶ ଟ୍ରଷ୍ଟର ଦ୍ୱାଦଶ ତମ ପ୍ରତିଷ୍ଠା ଉତ୍ସବ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏହି ଅନୁଷ୍ଠାନ ଆଜି ୧୨ ବର୍ଷରେ ପଦାର୍ପଣ କରିପାରିଥିବାରୁ ଅତିଥିଗଣ ଧନ୍ୟବାଦ ଜଣାଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ବୈଜ୍ଞାନିକ ଡଃ ଚିତ୍ତରଞ୍ଜନ ମିଶ୍ର ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନକରିଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଆୟକର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ପାତ୍ର ଯୋଗଦେଇ ଟ୍ରଷ୍ଟର ଲୋକାଭିମୁଖି କାର୍ଯ୍ୟର ଭୂୟସି ପ୍ରସଂଶା କରିଥିଲେ । ସେହିପରି ଅନ୍ୟତମ ଅତିଥି ଆୟକର ବିଭାଗର ସେବାନିବୃତ ଅତିରିକ୍ତ ଆୟୁକ୍ତ ସି.ବି.ପାତ୍ର ଅନୁଷ୍ଠାନ ର କାର୍ଯ୍ୟବଳୀ ୁପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମନୀତ ଅତିଥୀ ରେଡ୍କ୍ରାବ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲଳିତେନ୍ଦୁ ଦାସ ଉତ୍ସବରେ ଯୋଗଦେଇ ଟ୍ରଷ୍ଟ ଦ୍ୱାରା ପରିଚାଳିତ ସେବା କାର୍ଯ୍ୟକୁ ଭୂୟସୀ ପ୍ରସଂଶା କରିଥିଲେ । ଆଗାମି ଦିନରେ ତାଙ୍କଦ୍ୱାରା ଯାହା ସମ୍ଭବ ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଇଦେବା ପାଇଁ ମତ ରଖିଥିଲେ । ଅତିଥି ମାନଙ୍କୁ ସ୍ୱାଗତ କରିବା ଅବସରରେ ଟ୍ରଷ୍ଟର ଚେୟାରମ୍ୟାନ ଇଂ ଦିଲ୍ଲିପ କୁମାର ପଟ୍ଟନାୟକ ଟ୍ରଷ୍ଟ ଗଠନର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଗୋଟିଏ ଅନୁଷ୍ଠାନ ଗଢିବା ହେଉଛି ଗୋଟିଏ ପରିବାର ପ୍ରତିପୋଷଣ ସହିତ ସମାନ ବୋଲି ମତପ୍ରକାଶ କରିଥିଲେ । ଜୀବନରେ ଅର୍ଥ ସର୍ବସ୍ୱ ନୁହେଁ ବରଂ ଜୀବନର ଅର୍ଥ ବୁଝିବା ଶ୍ରେୟ ବୋଲି ପ୍ରତିଷ୍ଠାତା ସଭାପତି ଇଂ ଦିଲ୍ଲିପବାବୁ ଭାବ ବିନିମୟ କରିଥିଲେ । ଟ୍ରଷ୍ଟ ସମ୍ପାଦକ ଙ୍ଗ.ଙ୍ଖ.ଚବଗ୍ଧଗ୍ଧବଙ୍ଖସକ୍ସବଜ୍ଞବଜ୍ଞ ଟ୍ରଷ୍ଟ ସମ୍ପର୍କରେ ମତ ରଖି ସମସ୍ତଙ୍କୁ ଆର୍ଶର୍ବାଦ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଟ୍ରଷ୍ଟର ଆଡଭାଇଜର୍ ଶ୍ରୀଗୁରୁଚରଣ ଦାସ ସଭାପତିତ୍ୱ କରିଥିଲେ ।ଏହି ଉପଲକ୍ଷେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ଶେଷରେ ବିଶିଷ୍ଟ ସମାଜସେବୀ ନାରାୟଣମହାପାତ୍ର, ସନାତନ ଖଟୁଆ , ଶ୍ରୀମତୀ ଗାୟତ୍ରୀ ଆଚାର୍ଯ୍ୟ ଙ୍କୁ ସ୍ମାରକୀ ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଭାରତ ବନ୍ଦନା ଗାନ କରାଯାଇଥିଲା ।

loading...

Leave A Reply

Your email address will not be published.