Breaking

ମାଗଣା ହେବ ନେଟଫ୍ଲିକ୍ସ୍!!!

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଆଜି ର ତାରିଖରେ କେବୁଲ୍ ଟିଭି ଠାରୁ ଅନଲାଇନ୍ ପ୍ଲାଟଫର୍ମ ରେ ସିନେମା ଏବଂ ସିରିଆଲ୍ ଦେଖିବା ଯୁବପିଢି ଙ୍କ ପ୍ରଥମ ପସନ୍ଦ ପାଲଟିଛି। ନେଟଫ୍ଲିକ୍ସ୍, ହଟଷ୍ଟାର୍, ପ୍ରାଇମ୍ ଭିଡ଼ିଓ, ଏମ୍ ଏକ୍ସ୍ ପ୍ଲେୟାର, ଭୁଟ ଆଦି ପ୍ଲାଟଫର୍ମ ରେ ନାନା ପ୍ରକାର ସିନେମା ଉପଲବ୍ଧ ହେଉନଥିବାରୁ ଯୁବପିଢି ବିଶେଷ ଆକର୍ଷିତ ହେଉଛନ୍ତି।
କିନ୍ତୁ ଭାରତ ପରି ମଧ୍ୟବିତ୍ତ ଦେଶ ରେ ନେଟଫ୍ଲିକ୍ସ୍ ଅପେକ୍ଷା ଅନ୍ୟାନ୍ୟ ପ୍ଲାଟଫର୍ମର ଚାହିଦା ଅଧିକ ରହିଛି। ଅନ୍ୟାନ୍ୟ ପ୍ଲାଟଫର୍ମ ର ବ୍ୟବହାରିକ ଦେୟ ନେଟଫ୍ଲିକ୍ସ୍ ଅପେକ୍ଷା କମ୍ ରହିଥିବା ବେଳେ କେତେ ଗୁଡ଼ିଏ ମାଗଣା ସିନେମା ମଧ୍ୟ ରହିଛି। ସେଥିପାଇଁ ଯୁବପିଢି ନେଟଫ୍ଲିକ୍ସ୍ ଅପେକ୍ଷା ଅନ୍ୟାନ୍ୟ ପ୍ଲାଟଫର୍ମ ପ୍ରତି ଆକର୍ଷିତ ହେଉଛନ୍ତି।
ଏହି ପରିସ୍ଥିତି କୁ ଆଖି ଆଗରେ ରଖି, ଏବଂ ମଧ୍ୟବିତ୍ତ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ନେଟଫ୍ଲିକ୍ସ୍ ସପ୍ତାହର ଶେଷ ଦିନ ରେ ଏହାର ବ୍ୟବହାରକୁ ମାଗଣା କରିବାର ନିଷ୍ପତ୍ତି ନେଇପାରେ ବୋଲି ଶୁଣା ଯାଉଛି। ଯାହାଦ୍ବାରା ବ୍ୟବହାରକାରୀ ମାନେ ସପ୍ତାହ ରେ ଦୁଇ ଦିନ ମାଗଣା ରେ ନେଟଫ୍ଲିକ୍ସ୍ ରେ ସିନେମା ଦେଖି ପାରିବେ। ଏହା ତାଙ୍କର ଭାରତୀୟ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ାଇବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ ଏବେ ଭାରତ ରେ ପାଖାପାଖି ୨ରୁ ୩ କୋଟି ନେଟଫ୍ଲିକ୍ସ୍ ବ୍ୟବହାରକାରୀ ଥିବା ବେଳେ ଅନ୍ୟାନ୍ୟ ପ୍ଲାଟଫର୍ମ ଠାରୁ ଅପେକ୍ଷାକୃତ କମ ରହିଛନ୍ତି। ତା ଛଡ଼ା ବେଆଇନ ଭାବେ ମଧ୍ୟ ଅନେକ ୱେବସାଇଟ ରୁ ଡାଉନଲୋଡ୍ କରି ଲୋକ ମାଗଣା ରେ ଦେଖିପାରୁଥିବାରୁ ଏ ନେଇ କମ୍ପାନୀ କୁ କ୍ଷତି ସହିବାକୁ ପଡୁଛି।

loading...

Leave A Reply

Your email address will not be published.