Breaking

ଅକ୍ଟୋବର ୨୭ ରୁ ନୀଟ୍ ମେଡିକାଲ୍ କାଉନସେଲିଂ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଡାକ୍ତରୀ, ଦନ୍ତ ଚିକିତ୍ସା ଆଦି ର କାଉନସେଲିଂ ଅକ୍ଟୋବର ୨୭ ରୁ ଆରମ୍ଭ ହେବ। ମେଡିକାଲ୍ କାଉନସେଲିଂ କମିଟି ଏ ନେଇ ତାରିଖ ସୂଚୀ ର ସୂଚନା ଦେଇଛନ୍ତି। ନୀଟ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତଥା ୫୦ ପ୍ରତିଶତ ରୁ ଅଧିକା ନମ୍ୱର୍ ରଖିଥିବା ଛାତ୍ରଛାତ୍ରୀ ମାନେ mcc.nic.in ରେ ନାମ ପଞ୍ଜୀକରଣ କରାଇ ପାରିବେ।

ପଞ୍ଜୀକରଣ ପ୍ରକ୍ରିୟା ଅକ୍ଟୋବର ୨୭ ରୁ ଆରମ୍ଭ ହୋଇ ନଭେମ୍ବର ୨ ସନ୍ଧ୍ୟା ୫ ଟା ଯାଏଁ ଚାଲିବ। ଆବେଦନକାରୀ ମାନେ ନଂଭେମ୍ବର୍ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦେୟ ପୈଠ କରିପାରିବେ। ପଞ୍ଜୀକରଣ ପରେ ଚଏସ୍ ଲକିଂ ର ବିକଳ୍ପ ଆସିବ। ଏହା ପରେ ପ୍ରାର୍ଥୀଙ୍କ ଯୋଗ୍ୟତା ଅନୁଯାୟୀ ତାଙ୍କର ଚୟନ କରାଯିବ।
ପ୍ରଥମ ସିଟ୍ ଆଲଟମେଣ୍ଟ ର ଘୋଷଣା ନଭେମ୍ବର ୫ ରେ କରାଯିବ। ଏହାପରେ ନଭେମ୍ବର ୬ ରୁ ୧୨ ପର୍ଯ୍ୟନ୍ତ ଯେଉଁମାନେ ଆଡ଼ମିଶନ କରିବା ପାଇଁ ଚାହୁଁଥିବେ ସେଇ କଲେଜ୍ ରେ ଆଗାମୀ ସୋପାନ ପାଇଁ ପହଞ୍ଚିବାକୁ ଅନୁରୋଧ କରାଯାଇଛି।
ଅନ୍ୟ ପକ୍ଷରେ ଦ୍ଵିତୀୟ ପର୍ଯ୍ୟାୟ କାଉନସେଲିଂ ନଭେମ୍ବର ୧୮ ରୁ ଆରମ୍ଭ ହେବ। ଏବେ ପର୍ଯ୍ୟନ୍ତ କେବଳ ଦୁଇଟି ପର୍ଯ୍ୟାୟ କାଉନସେଲିଂ ର ଘୋଷଣା କରାଯାଇଛି।

loading...

Leave A Reply

Your email address will not be published.