Breaking

ମହାବୀର ପୂଜା କମିଟିର ଚଳିତ ବର୍ଷ ପୂଜା ପାଇଁ ମାଟି ଅନୁକୂଳ

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଚଳିତ ବର୍ଷ ଶ୍ରୀ ଶ୍ରୀ ମହବୀରଙ୍କ ପୂଜା ପାଇଁ ଆଜି ମହାବୀର ପୂଜା କମିଟି ତରଫରୁ କୁଆଖାଇ ନଦୀ ପଠାରୁ ମାଟି ଅନୁକୂଳ କରାଯାଇଥିଲା । ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିୟମକୁ ସମ୍ମାନ ଜଣାଇ ଅଳ୍ପ ସଂଖ୍ୟକ ମଧ୍ୟରେ ସଦସ୍ୟ ଉପସ୍ଥିତ ହୋଇ ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ନଦୀ ପଠାରେ ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରାଯାଇଥିଲା । ନଦୀ ପଠାରୁ ମହାବୀର ପୂଜା ମଣ୍ଡପ ପର୍ଯ୍ୟନ୍ତ ବାଟରେ ଯେତେ ସବୁ ଦେବାଦେବୀ ମନ୍ଦିର ଅଛି, ସେଠାରେ ପୂଜାର୍ଚ୍ଚନା ପାଇଁ ନଡ଼ିଆ, ଧୂପକାଠି ଠାକୁରଙ୍କ ନାମରେ ଦେଇ ନୂଆସାହିର ଆଖଣ୍ଡଳମଣୀଙ୍କ ମନ୍ଦିରରେ ମହାବୀରଙ୍କ ପାଖରେ ମାଟିକୁ ରଖାଗଲା । ମୂର୍ତ୍ତୀ ନିର୍ମାଣ ହେବା ପର୍ଯ୍ୟନ୍ତ ଉକ୍ତ ମାଟି ମନ୍ଦିରରେ ରହି ପୂଜାର୍ଚ୍ଚନା କରାଯିବ । ଯେଉଁଦିନ ମୂର୍ତ୍ତୀ ନିର୍ମାଣ ହେବ, ସେହିଦିନ ଉକ୍ତ ମାଟିକୁ ମନ୍ଦିରରୁ ଆଣି ମୂର୍ତ୍ତୀ କାରିଗର ଆଣିଥିବା ମାଟିରେ ମିଶାଇ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ୪ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତୀ ନିର୍ମାଣ କରାଯିବା ସହ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିୟମକୁ ପାଳନ କରି ପୂଜା କରାଯିବ ବୋଲି କମିଟିର କାର୍ଯ୍ୟକାରୀ ସଭାପତି ମିଲନ୍ କୁମାର ପାଇକ୍‌ରାୟ ସୂଚନା ଦେଇଛନ୍ତି । ଏହି ମାଟି ଅନୁକୂଳ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂଜା କମିଟିର କର୍ତ୍ତା ରମେଶ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ଶୌଳେନ୍ଦ୍ର ପ୍ରସାଦ ରାୟ, ଉପ-ସଭାପତି ମନୋଜ କୁମାର ଜେନା, ସହ-ସମ୍ପାଦକ ସତ୍ୟବାନ ସାହୁ, ପ୍ରତାପ ପ୍ରଧାନ, ଶାଶ୍ୱତ ଲେଙ୍କା, ରାକେଶ କୁମାର ଜାଲି, ସୁମନ କୁମାର ଜେନା, ସନ୍ଦିପ୍ କୁମାର ରାଉତ, ଦିପକ କୁମାର ବଳିୟାରସିଂ ଓ ପୂଜକ ସନୋଷ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.