Breaking

ଅନ୍ତର୍ଜାତୀୟ ୱେବିନାରରେ ଓଡ଼ିଶା କଳା, ହସ୍ତତନ୍ତର ଚର୍ଚ୍ଚା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ‘ଉତ୍କଳ ସଂସ୍କୃତି’ ଓ ଲଣ୍ଡନସ୍ଥିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଆୟୋଜିତ ୱେବିନାରରେ ଓଡ଼ିଶାର କଳା ଓ ହସ୍ତତନ୍ତକୁ ନେଇ ଚର୍ଚ୍ଚା ହୋଇଛି । ଓଡ଼ିଶାର ସ୍ୱାତନ୍ତ୍ରତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଏହି ପ୍ରୟାସ କରାଯାଇଛି ।

ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ଏଥିରେ ସାମିଲ ହୋଇ ରାଜ୍ୟର ବୁଣାକାର ଏବଂ ଓଡ଼ିଶା ହସ୍ତତନ୍ତକୁ ପ୍ରୟାସ କରିଛନ୍ତି । ଇକ୍କତ, କୋଟପାଡ଼, ଖଣ୍ଡୁଆ ଓ ହାବସବୁରୀ ଭଳି ହସ୍ତତନ୍ତର ସ୍ୱାତନ୍ତ୍ରତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବୁଣାକାରଙ୍କୁ ସହାୟତା ପାଇଁ ପରିଣୀତି ବ୍ରାଣ୍ଡ୍‌ର ପ୍ରୟାସ ଉପରେ ସେ କହିଥିଲେ ।
ଶିଳ୍ପୀଗୁରୁ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ୱେବିନାରରେ ଯୋଗ ଦେଇ ପଟ୍ଟଚିତ୍ର ଉପରେ ସୂଚନା ଦେଇଥିଲେ । ମହାପ୍ରସାଦ, ଛପନ ଭୋଗ, ଡାଲ୍‌ମା ଓ କାକେରା ପିଠା ପ୍ରସ୍ତୁତି ଉପରେ ଡା. ଜୟଶ୍ରୀ ନନ୍ଦ ଆଲୋଚନା କରିଥିଲେ । ଗୁରୁ ସତ୍ୟପୀର ପଲାଇ ଗୋଟିପୁଅ ପରମ୍ପରା ଉପରେ କହିଥିଲେ । ତାଙ୍କ ଶିଷ୍ୟମାନେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ୱେବିନାରରେ ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ନୈତିଲୀ ରାଉତ ଓଡ଼ିଶୀ ନୃତ୍ୟ, ରାକେଶ ସାଇ ବାବୁଙ୍କ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସେହିଭଳି ଠିଆ ପୁଚି ନାଚ, ରଙ୍ଗବତୀ ନୃତ୍ୟ ପରିବେଷଣ କରାଯାଇଥିଲା । ଲଣ୍ଡନ ଓଡ଼ିଶା ସୋସାଇଟିର ସାଂସ୍କୃତିକ ସମ୍ପାଦକ ଡା. ଭାଗ୍ୟଶ୍ରୀ ସିଂ, ଲଣ୍ଡନ ନେହେରୁ ସେଣ୍ଟର ନିର୍ଦ୍ଦେଶକ ଅମିଶ ତ୍ରିପ୍ରାଠୀ ଓ ଡା. ସହଦେବ ସ୍ୱାଇଁଙ୍କ ସମେତ ଅନେକ ଲଣ୍ଡନରୁ ୱେବିନାରରେ ଯୋଡ଼ି ହୋଇଥିଲେ । ସଂସ୍କୃତି ସେଣ୍ଟର ପ୍ରତିଷ୍ଠାତା ରାଗାସୁଧା ଭିଞ୍ଜାମୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.