Breaking

ଆଜି ବାଜପେୟୀଙ୍କ ଶେଷକୃତ୍ୟ ! ଅନ୍ତିମ ଦର୍ଶନ ପାଇଁ ବାସଭବନ ପାଲଟିଛି ଲୋକାରଣ୍ୟ

0

ନୂଆଦିଲ୍ଲୀ: ଅଟଳଙ୍କୁ ଅଶ୍ରୁଳ ବିଦାୟ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଅଶ୍ରୁଳ ବିଦାୟ ଦେଉଛି ସାରା ଦେଶ । ତାଙ୍କ ଦିଲ୍ଲୀସ୍ଥିତ ବାସଭବରେ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ସକାଳ ୯ଟାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି ବିଜେପି ଦଳୀୟ କାର୍ୟ୍ୟାଳୟରେ ।ଏହା ପରେ ଅପରାହ୍ନ ୧ଟାରେ ଏଠାରୁ ଜାତୀୟ ସ୍ମୁତିସ୍ଥଳ ପର୍ଯ୍ୟନ୍ତ ଅନ୍ତିମ ଯାତ୍ରା ବାହାରିବ ।ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ୫ଲକ୍ଷ ଲୋକଙ୍କ ଭୀଡ଼ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସକାଳ ଆଠଟା ଠାରୁ ସନ୍ଧ୍ୟା ଯାଏ ଦିଲ୍ଲୀର ୨୫ଟି ସଡ଼କକୁ ବନ୍ଦ କରି ଦିଆଯାଇଛି । ବିଜେପି କାର୍ଯ୍ୟାଳୟଠାରୁ ଆଇଟିଓ, ଦିଲ୍ଲୀ ଗେଟ୍, ନେତାଜୀ ସୁଭାଷ ଚନ୍ଦ୍ର ମାର୍ଗ ଦେଇ ସ୍ମୃତିସ୍ଥଳରେ ପହଂଚିବା ପରେ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବ ।
ବାଜପେୟୀଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକାକୁ ଅର୍ଦ୍ଧନମିତ ରଖାଯିବ। ୭ ଦିନ ପର୍ଯ୍ୟନ୍ତ କୌଣସି ସରକାରୀ ଉତ୍ସବ ପାଳନ ହେବନି। ସେହିପରି ଆଜି ଓଡ଼ିଶାରେ ସବୁ ସ୍କୁଲ ଓ କଲେଜ ସହ ସମସ୍ତ ସରକାରୀ ଅଫିସ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ ।

loading...

Leave A Reply

Your email address will not be published.