Breaking

ଆଜିଠୁ ବଢ଼ିଲା କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ

0

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପ୍ରତିବାଦ। ହୋଇଛି। ଆଜିଠାରୁ ସାଧାରଣ ଦର୍ଶକଙ୍କ ଲାଗି ଏଣ୍ଟ୍ରି ଫି ୩୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଦେଶୀମାନଙ୍କ ଲାଗି ପ୍ରବେଶ ଶୁଳ୍କ ୫ ଶହରୁ ବୃଦ୍ଧି କରାଯାଇ ୬ଶହ ଟଙ୍କା କରାଯାଇଛି।

ବର୍ଦ୍ଧିତ ଶୁଳ୍କକୁ ବିରୋଧ କରି କୋଣାର୍କ ସୁରକ୍ଷା ସମିତି ଆଜି ଟିକେଟ୍ କାଉଣ୍ଟରରେ ତାଲା ପକାଇଥିଲା। ଫଳରେ କୋଣାର୍କକୁ ଆସିଥିବା ପର୍ଯ୍ୟଟକ ହନ୍ତସନ୍ତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସୁରକ୍ଷା ସମିତି ସହ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସାରା ଦେଶରେ ବିଭିନ୍ନ ଐତିହ୍ୟସ୍ଥଳୀ ଗୁଡିକରେ ପ୍ରବେଶ ଶୁକ୍ଳ ବୃଦ୍ଧି କରାଯାଇଛି।

loading...

Leave A Reply

Your email address will not be published.