Breaking

୩୧ ବର୍ଷରେ କୋଳଥିଆ ଗଣେଶ ପୂଜା : ୟୁଥ୍ କ୍ଲବ୍‌ ପକ୍ଷରୁ ୫ ଜଣଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର :ଦୀର୍ଘ ୩୧ ବର୍ଷ ଧରି କୋଳଥିଆ ୟୁଥ୍ କ୍ଲବ୍‌ ତରଫରୁ ଗଣେଶ ପୂଜା ପାଳିତ ହୋଇ ଆସୁଅଛି ।ଏହି କ୍ଲବରେ ୫୦ ଜଣ ମେମ୍ବର ରହୁଥିବା ବେଳେ ସମସ୍ତେ ମିଶି ସବୁ ବର୍ଷ ବହୁ ଆଡ଼ମ୍ବରେ ପାଳନ କରୁଛନ୍ତି । ତାହା ସହ ୪ ଦିନ କାଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଶେଷ ଦିନରେ କୋଳଥିଆ ୟୁଥ୍ କ୍ଲବ୍‌ ତରଫରୁ ସଭାପତି ଶତ୍ରୁଘ୍ନ ନାୟକଙ୍କ ସଭାପତିତ୍ୱରେ ସମାଜସେବା କ୍ଷେତ୍ରରେ ଅବଦାନ ରହିଥିବା ୫ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନେ ହେଲେ ସ୍ଥାନୀୟ ଖଣ୍ଡଗିରି ଥାନା ଅଧିକାରୀ ହିମାଂଶୁ ସ୍ୱାଇଁ ,ସାମ୍ବାଦିକ ଜିତେନ୍ଦ୍ର ସାହୁ ,ଆଇନୀଜୀବୀ ଚିନ୍ମୟ ମହାପାତ୍ର ,ସ୍ଥାନୀୟ କର୍ପୋରେଟର ଅଶ୍ୱିନୀ ସୁନ୍ଦରରାୟ,ଡାକ୍ତର କିଶୋର ଚନ୍ଦ୍ର ଦାସ । ଏହି ମଞ୍ଚରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ,ଅତିଥି ଭାବେ କେନ୍ଦୁଝର ବିଧାୟକ ଅଭିରାମ ନାୟକ ,ସମାଜସେବୀ କୈଳାଶ ଦାସ,ସମାଜସେବୀ ବୃନ୍ଦାବନ ଜେନା ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.