Breaking

ଚାକିରୀ ନାଁ ରେ ଠକେଇ : ସାମ୍ବାଦିକ ଗିରଫ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଗତକାଲି ରାତିରେ ଠକେଇ ଅଭିଯୋଗରେ ଜଗନ୍ନାଥପ୍ରସାଦ ପୋଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମରେ ୯୦ ଜଣ ଶ୍ରମିକଙ୍କ ଠାରୁ ପାଖାପାଖି ୨୭ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୋଗ ରହିଛି।
ସୂଚନାନୁଯାୟୀ ଅଭିଯୁକ୍ତ ବଂଶୀଧର ପଟ୍ଟନାୟକ ବିଶାଖାପାଟଣା ବନ୍ଦର ଅଞ୍ଚଳ ରେ ବସବାସ କରୁଥିଲେ। ସେଠାରେ ସେ ଶ୍ରମିକ ମାନଙ୍କୁ ବନ୍ଦରରେ ଚାକିରୀ କରାଇଦେବା ଉଦ୍ଦେଶ୍ୟରେ ଶ୍ରମିକଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ ଏବଂ ତାଙ୍କୁ ନକଲି ପରିଚୟପତ୍ର ମଧ୍ୟ ପ୍ରଦାନ କରିଥିଲେ। ତେବେ କିଛି ଦିନ ପରେ ସେ କେଉଁଆଡେ ଫେରାର ହୋଇଯାଇଥିଲେ।
ଗତକାଲି ଜଗନ୍ନାଥପ୍ରସାଦ ଠାରେ ତାଙ୍କ ଗାଡ଼ି ଠାବ କରି ପୋଲିସ କୁ ଖବର ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତଙ୍କ ଠାରୁ ନଗଦ ୪୮ ହଜାର ଟଙ୍କା ଏବଂ ସେ ଚଳାଉଥିବା କାର ପୋଲିସ ଜବତ କରିଛି।

loading...

Leave A Reply

Your email address will not be published.