Breaking

ଆଜିଠାରୁ ଆରମ୍ଭ ହେବ ଜିଓଫୋନ-୨ ବିକ୍ରି ! ଜାଣନ୍ତୁ କେଉଁଠି ମିଳିବ, ଦାମ କେତେ

0

ମୁମ୍ବାଇ :ଆଜି ଦିନ ୧୨ଟାରୁ ଜିଓଫୋନ-୨ର ବିକ୍ରି ଆରମ୍ଭ ହେବ । ଏହା ମାଇଜିଓ ଆପ ଓ ଜିଓଡଟକମରେ ବିକ୍ରି କରାଯିବ । ପୂର୍ବରୁ କମ୍ପାନି ଘୋଷଣା କରିଥିଲା ଯେ ବିକ୍ରି ୧୫ତାରିଖରୁ ଆରମ୍ଭ ହେବ, କିନ୍ତୁ ଏବେ ତାହାକୁ ଗୋଟିଏ ଦିନ ଘୁଞ୍ଚାଇଦିଆଯାଇଛି । ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ ମନସୁନ ହଙ୍ଗାମା ଅଫର ମାଧ୍ୟମରେ ନିଜର ପୁରୁଣା ଫିଚର ଫୋନ ବଦଳାଇ ୫୦୧ ଟଙ୍କାରେ ମଧ୍ୟ ଏହା ମିଳିପାରିବ । ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସଂପର୍କରେ ଘୋଷଣା କରିଥିଲେ । କମ୍ପାନୀ ଏହି ଫୋନ ପାଇଁ ୪୯, ୯୯, ୧୫୩ ଟଙ୍କାର ଟାରିଫ୍ ଫ୍ଲାନ ଅଫର ରଖିଛି ।

ଫୋନରେ ୨.୪ ଇଂଚର କ୍ୟୁଭିଜିଏ ଡିସପ୍ଲେ ସହ ୫୧୨ ଏମବି ରାମ୍ ରହିଛି । ୪ଜିବି ଇନବିଲ୍ଟ ମେମୋରୀ ସହ ଏହାର ମାଇକ୍ରୋଏସଡି କାର୍ଡକୁ ୧୨୮ ଜିବି ଯାଏଁ ବୃଦ୍ଧି କରାଯାଇ ପାରିବ । ୨ମେଗାପିକ୍ସଲ୍ କ୍ୟାମେରା ସହ ଫୋନରେ ୨୦୦୦ଏମଏଚର ବ୍ୟାଟେରୀ ରହିଛି । ୪ଜି ବ୍ୟତିତ ଫୋନରେ ବ୍ଲୁଟୁଥ, ଜିପିଏସ ଏବଂ ଏଫଏମ ରେଡିଓ ସୁବିଧା ଉପଲବ୍ଧ ଅଛି ।

loading...

Leave A Reply

Your email address will not be published.