Breaking

ଦଳରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାଶ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।
ବିଜେଡି ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଦ୍ଵାରା , ବିଜେଡ଼ି ଦଳର ନେତା ଜୀବନ ପ୍ରଦୀପ ଦାଶ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି ବୋଲି ବିଜେଡି ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଘୋଷଣା କରିଛନ୍ତି।
ଶ୍ରୀଯୁକ୍ତ ଦାଶ ଦୁଇ ଦୁଇ ଥର ବାଲେଶ୍ୱର ଜିଲ୍ଲାର ବିଧାୟକ ଥିଲେ। ସେ ୨୦୦୯ ଏବଂ ୨୦୧୪ ରେ ବିଜେଡି ଦଳ ପକ୍ଷରୁ ନିର୍ବାଚିତ ହୋଇଥିଲେ।
ତେବେ ଶ୍ରୀଯୁକ୍ତ ଦାଶଙ୍କ ନିଲମ୍ବନ କୁ ନେଇ ବିଜେଡ଼ି ଉପସଭା ନେତ୍ରୀ ବିଜେଡ଼ି ସୁପ୍ରିମୋ ଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିବା ବେଳେ ଶ୍ରୀଯୁକ୍ତ ଦାଶ ତାଙ୍କ ବିରୁଦ୍ଧରେ କେହି ଚକ୍ରାନ୍ତ କରିଥିବାର ଅଭିଯୋଗ କରିଛନ୍ତି।

loading...

Leave A Reply

Your email address will not be published.