Breaking

ଭୁଶୁଡୁଛି ବିଜେପି ଗଡ

ମୋଦିଙ୍କଲୋକପ୍ରିୟତାରେ ଲାଗୁଛି ବ୍ରେକ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଧନୁତୀର ମାଡରେ ଧରାଶାୟୀ ବିଜେପି । ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ ଝାଡଖଣ୍ଡରେ ଝାଡୁ ବୁଲାଇ ପଦ୍ମକୁ ଛିଡାଇ ଫୋପାଡିଛନ୍ତି । ବିଜୟ ପରେ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନ । ମୁକ୍ତି ମୋର୍ଚ୍ଚା ସହ ମେଣ୍ଟକୁ ଗ୍ରହଣ କରିଥିବାରୁ ମୁଁ ଆପଣଙ୍କ ପାଖରେ କୃତଜ୍ଞ ବୋଲି ହେମନ୍ତ ଝାଡଖଣ୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।କେବଳ ସାଧାରଣ ଜନତାଙ୍କ ନୁହଁନ୍ତି କଂଗ୍ରେସର ବରିଷ୍ଠ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ହେମନ୍ତ ସୋରେନ । ହେମନ୍ତ କହିଛନ୍ତି ମୋ ବିଶ୍ୱାସ ରଖି ଏତେ ବଡ ଦାୟିତ୍ୱ ଦେବା ସହ ସବୁଆଡୁ ସହଯୋଗ କରିଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ସହ ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କ ଉପରେ ମୁ କୃତଜ୍ଞ ।

loading...

Leave A Reply

Your email address will not be published.