Breaking

ଇଣ୍ଡିଜର ଶୋଚନୀୟ ପରାଜୟ : ୨୨୪ ରନରେ ଭାରତ ବିଜୟୀ

0

ମୁମ୍ବାଇ : ଚତୁର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ହରାଇଲା ଟିମ୍ ଇଣ୍ଡିଆ । ଯୁବ ତାରକା ରୋହିତ ଶର୍ମା ଏବଂ ଅମ୍ବାତି ରାୟଡୁଙ୍କ ଦମଦାର ଶତକ ଆଗରେ ଘାଇଲା ହୋଇଛି ୱେଷ୍ଟଇଣ୍ଡିଜ୍ । ମାତ୍ର ୧୫୩ ରନରେ ସମସ୍ତ ଓି୍ୱକେଟ ହରାଇବା ସହ ୱେଷ୍ଟଇଣ୍ଡିଜକୁ ଏକ ବଡ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ବୃହତ ବିଜୟ ସହ ଭାରତ ଏବେ ୫ ଟିକିଆ ଦିନିକିଆ ସିରିଜରେ ୨-୧ରେ ଆଗୁଆ ରହିଛି । ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧବନ ଭାରତକୁ ଏକ ଦୃଢ ମୂଳଦୂଆ ଦେଇଥିଲେ । ତେବେ ଦଳୀୟ ସ୍କୋର ୭୧ ହୋଇଥିବାବେଳେ ଧବନ ୩୮ ରନ କରି କିମୋ ପଲଙ୍କ ବଲରେ ପାେଓ୍ଵଲଙ୍କ ହାତରେ ଧରାପଡିଥିଲେ । ସେହିପରି ଅଧିନାୟକ ବିରାଟ କୋହଲୀ ମଧ୍ୟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ସେ ରୋଚଙ୍କ ବଲରେ ସାଇ ହୋପେଙ୍କ ହାତରେ ଧରା ପଡିଥିଲେ । ଅନ୍ୟପକ୍ଷରେ ଓପନର ରୋହିତ ଶର୍ମା ସତର୍କତାର ସହ ବ୍ୟାଟିଂ କରି ମାତ୍ର ୧୦୨ ବଲରେ ନିଜର ଶତକ ପୂରଣ କରିଥିଲେ । ସେ ୧୩୭ ବଲ ଖେଳି ମୋଟ ୧୬୨ ରନ କରିଥିଲେ । ଅନ୍ୟପକ୍ଷରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ମଧ୍ୟ ମାତ୍ର ୮୧ ବଲରେ ୧୦୦ ରନ କରିଥିଲେ । ଏହା ଫଳରେ ଭାରତ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୭୭ ରନ ସଂଗ୍ରହ କରିଛି । ସିରିଜର ଅନ୍ତିମ ମ୍ୟାଚ୍ ନଭେମ୍ବର ୨ରେ ତିରୁଅନନ୍ତପୁରମରେ ଖେଳାଯିବ।

loading...

Leave A Reply

Your email address will not be published.