Breaking

ହାରିଲା ଭାରତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପ୍ରଥମ ଦିନିକିଆରେ ହାରିଲା ଇଣ୍ଡିଆ । ଓ୍ବେଷ୍ଟଇଣ୍ଡିଜ୍ ବିରାଟ ବାହିନୀକୁ ୮ ୱିକେଟରେ ପରାସ୍ତ କରିଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ହାଇଭୋଲଟେଜ୍ ଲଢେଇରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓି୍ୱକେଟ୍ ହରାଇ ୨୮୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।୨୮୮ ରନର ବିଜୟଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ପାଇଁ ଆସିଥିବା ୱେଷ୍ଟଇଣ୍ଡିଜକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ୧୧ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବେ ଓପନର ସୁନୀଲ ଅମ୍ବ୍ରିସ(୯ରନ୍‌)ଙ୍କୁ ହରାଇବା ପରେ ହୋପ୍‌ ଓ ହେଟମେର ଧୈଯ୍ୟର ସହିତ କ୍ରିଜ୍‌ ଉପରେ ଛିଡ଼ା ହୋଇଥିଲେ । ପରେ ସିମରନ୍ ହେଟମେୟର ଏବଂ ଶାଇ ହୋପଙ୍କ ଜବରଦସ୍ତ ଶତକୀୟ ପାଳି ବଳରେ ମ୍ୟାଚଟିକୁ ଅତି ସହଜରେ ଜିତିନେଇଥିଲା ୱେଷ୍ଟଇଣ୍ଡିଜ । ଦମଦାର ଶତକୀୟ ପାଳି ପାଇଁ ସିମରନ୍ ହେଟମେୟରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି । ୱେଷ୍ଟଇଣ୍ଡିଜ୍‌ର ଏହି ବିଜୟ ପଛରେ ଦଳର ଖେଳାଳି ସାଇ ହୋପ୍‌ ଓ ସିମରନ୍‌ ହେଟମେର ଙ୍କ ଅବଦାନ ରହିଛି।

loading...

Leave A Reply

Your email address will not be published.