Breaking

ରାତି ପାହିଲେ ୭୨ତମ ସ୍ୱାଧୀନତା ଦିବସ ! ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର

0

ଭୁବନେଶ୍ୱର: ରାତି ପାହିଲେ ୭୨ତମ ସ୍ୱାଧୀନତା ଦିବସ । ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଏହି ଉତ୍ସବଟିକୁ ପାଳିବାକୁ ଦେଶବାସୀ ଉତ୍ସବ ମୁଖର । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ରାଜଧାନୀରେ କମିଶନରେଟ୍ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ପରେଡ୍ ସ୍ଥଳ।

ରାଜ୍ୟସ୍ତରୀୟ ପରେଡ୍ ପାଇଁ ମହାତ୍ମାଗାନ୍ଧି ମାର୍ଗରେ ଏନସିସି, ସ୍କାଉଟ, ପୋଲିସ ଅଧିକାରୀ, ଓ ଅନ୍ୟାନ୍ୟ ବୀର ଯବାନଙ୍କ ରିହରସେଲ୍ ସରିଛି । ଆସନ୍ତାକାଲି ଏଠାରେ ହେବାକୁ ଥିବା ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ମହାତ୍ମା ଗାନ୍ଧି ମାର୍ଗରେ ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ମୋଟ ୩୦ ପ୍ଲାଟୁନ ଫୋର୍ସ ଓ ୧୫୦ ପୋଲିସ ଅଫିସର ସୁରକ୍ଷାରେ ମୁତୟନ ରହିବେ । ଏହା ବ୍ୟତିତ ସହରର ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ପର୍ୟ୍ୟନ୍ତ ୫୦ଟି ସିସିଟିଭି କ୍ୟାମେରା ନଜର ରଖିବ । ଏଥର ୩୯ ଟ୍ରୁପ୍ ପରେଡରେ ସାମିଲ ହେବେ । ନୂଆ ଦଳ ଭାବେ ପଶ୍ଚିମବଙ୍ଗ ପୋଲିସ ଓ ମର୍ଚାଣ୍ଟ ନ୍ୟାଭି ଭାଗ ନେବେ । ମୁଖ୍ୟ ଆକର୍ଷଣ ହେବ ଡେୟାର ଡେଭିଲ ସୋ’ । ୭ଟି ବୁଲେଟରେ ଯୁବକ ଓ ୫ଟି ବୁଲେଟ୍ରେ ଯୁବତୀଙ୍କ ଷ୍ଟଣ୍ଟ ଦେଖିବାକୁ ମିଳିବ । ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଚଳିତବର୍ଷ ପ୍ରଥମ କରି ସୁଇଫ୍ଟ ଆକ୍ସନ ଫୋର୍ସ, ଏସ୍ଓଜି, କ୍ୱୁଏଟି, ବୋମା ନିଷ୍କ୍ରିୟକାରୀ ଦଳ ଓ ସାଦା ପୋଷାକରେ ସୁରକ୍ଷାରେ ମୁତୟନ ହେବା ନେଇ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.