Breaking

ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ ଆଜି ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ଅଧିବେଶନରେ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ । ଏହି ସୋସାଇଟିରେ ଆୟକର ବିଭାଗର ଅନେକ ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀ ସଭ୍ୟ ଅଛନ୍ତି । ଆଜିର ଅଧିବେଶନ ସୋସାଇଟିର ସଭାପତି ଶ୍ରୀ ଶରତ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ/ ଚୟନ ମଧ୍ୟ କରାଯାଇଥିଲା । ଆଗାମୀ ବର୍ଷ ପାଇଁ ଶ୍ରୀ ଶରତ ଦାଶ ସଭାପତି ଭାବେ ଓ ଶ୍ରୀ ରାଧାଶ୍ୟାମ ଗିରି ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଯୁଗ୍ମ ସମ୍ପାଦକ ଭାବେ ଶଶିକାନ୍ତ ବେହେରା ଓ ତ୍ରିଲୋଚନ ମଲ୍ଲିକ , କୋଷାଧ୍ୟକ୍ଷ ଭାବେ ଲଳିତ ପଣ୍ଡା , ହିସାବ ସମୀକ୍ଷକ ଭାବେ ଶ୍ରୀ ଏ ଭି ଏନ୍ ଶ୍ରୀନିବାସ, ଓ କାର୍ଯ୍ୟକାରିଣୀ କମିଟିକୁ ସର୍ବଶ୍ରୀ ମନୋଜ ପତି, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଚିତ୍ତରଞ୍ଜନ ପଟ୍ଟନାୟକ, ଶ୍ରୀ ଏମ କେ ସାଇ, ଶ୍ରୀ ଏ ଟି ଖାଁ, ବିଦ୍ୟାଧର ସାହୁ ଓ ମଙ୍ଗରାଜ ସେଠୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ଭାବେ ଶ୍ରୀ ବ୍ରଜେନ୍ଦ୍ର ମହାନ୍ତି ଓ ଶ୍ରୀ ଜଗବନ୍ଧୁ ସାହୁଙ୍କୁ ପୁନଃ ନିର୍ବାଚିତ କରାଯାଇଥିଲା ।ଏହି ଅଧିବେଶନରେ ଯୋଗ ଦେଇଥିବା ସମସ୍ତ ଆୟକର ବନ୍ଧୁଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ସଭାପତି ଶ୍ରୀ ଶରତ ଦାଶ ।

loading...

Leave A Reply

Your email address will not be published.