Breaking

ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ଇମ୍ରାନ

0

ନୂଆଦିଲ୍ଲୀ :ପାକିସ୍ଥାନ ତହରିକ-ଏ-ଇନସାଫ (ପିଟିଆଇ)ର ମୁଖ୍ୟ ଇମରାନ ଖାନ ଆଜି ପାକିସ୍ଥାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଇସଲାମବାଦ ସ୍ଥିତ ରାଷ୍ଟ୍ରପତି ଭବନରେ ସକାଳ ୯ରେ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଛି । ଦେଶର ପ୍ରଧାନମନ୍ତ୍ରୀ ଭାବରେ ଗତକାଲି ନ୍ୟାସନାଲ୍ ଆସେମ୍ଲିରେ ସେ ନିର୍ବାଚିତ ହୋଇଥିଲେ । ଇମ୍ରାନଙ୍କୁ ମିଳିଥିଲା ୧୭୬ ଖଣ୍ଡ ଭୋଟ୍ । ସରକାର ଗଠନ ପାଇଁ ଇମ୍ରାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହରିକ୍-ଏ-ଇନସାଫକୁ ଆବଶ୍ୟକ ଥିଲା ୧୭୩ ଆସନ । ଭୋଟିଂରେ ତାଙ୍କଠାରୁ ହାରି ଯାଇଥିଲେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ଵାଜର ସହବାଜ ସରିଫ୍ ହାରି ଯାଇଛନ୍ତି । ପିଏମଏଲଏନକୁ ମିଳିଥିଲା ମାତ୍ର ୯୬ ଭୋଟ୍ । ତେବେ ଭୋଟିଂରୁ ଓହରିଯାଇଥିଲା ପାକିସ୍ତାନ ପିପୁଲ୍ସ ପାର୍ଟି ।ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ପାକିସ୍ତାନରେ ପହଂଚିଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁୁ । ୱାଘା ବର୍ଡର ଦେଇ ଲାହୋରରେ ପହଂଚିବା ପରେ ସେଠାରୁ ବିମାନରେ ଇସଲାମାବାଦ ଯାଇଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।ସ୍ଥାନୀୟ ଗଣମାଧ୍ୟମକୁ ସିନ୍ଧୁ କହିଛନ୍ତି ଯେ ଇମ୍ରାନ ମୋର ବନ୍ଧୁ । ତାଙ୍କ ଠାରୁ ନିମନ୍ତ୍ରଣ ପାଇଁ ମୁଁ ପାକିସ୍ଥାନ ଆସିଛି । ମୋ ପାଇଁ ଏହା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ।

loading...

Leave A Reply

Your email address will not be published.