Breaking

ହାଥରସ ମାମଲା ର ଶୁଣାଣି ଆଜି

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଆଜି ସୁପ୍ରିମକୋର୍ଟ ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିବେ। ଅବସରପ୍ରାପ୍ତ ବିଚାରପତି ଙ୍କ ତତ୍ତ୍ଵାବଧାନରେ ତଦନ୍ତ ଦାବି ଏବଂ ମାମଲା ସ୍ଥାନାନ୍ତରଣ ନେଇ ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟ ଗତ ୧୫ତାରିଖରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିବା ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବା ନେଇ ସଂକେତ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ସହ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସର୍ବୋର୍ଚ୍ଚ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ସେପଟେ ମାମଲା ସ୍ଥାନାନ୍ତର ନେଇ ମଧ୍ୟ ଆଜି ନିଷ୍ପତ୍ତି ହୋଇପାରେ। ମାମଲା ୟୁପି ରୁ ଦିଲ୍ଲୀ ସ୍ଥାନାନ୍ତରିତ ହେବ କି ନାହିଁ ସେ ନେଇ ଆଜି ରାୟ ମିଳିପାରେ। ସେହିପରି ପୀଡ଼ିତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱରେ ସିଆରପିଏଫ୍ ନା ୟୁପି ପୋଲିସ ରହିବ ସେ ନେଇ ଶୁଣାଣି ହୋଇପାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ୟୁପି ବାହାରେ ଦିଲ୍ଲୀରେ ଟ୍ରାଏଲ ପାଇଁ ଆବେଦନ ହୋଇଛି।
ସୂଚନାଯୋଗ୍ୟ ଯେ, ହାଥରସରେ ସେପ୍ଟେମ୍ବର ୧୪ରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ସେପ୍ଟେମ୍ବର ୨୯ରେ ଦିଲ୍ଲୀର ସଫଦରଗଞ୍ଜ ହସପିଟାଲରେ ଚିକିତ୍ସାଧୀନ ଭାବେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ କିଛି କୃଷକ ମାନଙ୍କ ଧାରଣା ଦେବା ପରେ ଏହି ମାମଲା ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଲୋକ ଲୋଚନ କୁ ଆସିଥିଲା। ଏହାପରେ ତରବରିଆ ଭାବେ ପୀଡିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରଶ୍ନ ଉଠିଥିଲା। ୟୁପି ସରକାର ପ୍ରଥମେ ମାମଲାର ତଦନ୍ତ ଏସଆଇଟିକୁ ଦେଇଥିଲେ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ନେଇ ସୁପାରିସ କରାଯାଇଥିଲା।

loading...

Leave A Reply

Your email address will not be published.