Breaking

ଶୁଭାରମ୍ଭ ହେଲା ” ଗରିମା”

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋର ସାନିଟେସନ କର୍ମଚାରୀ ମାନଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ନିମନ୍ତେ ଏକ ନୂତନ ଯୋଜନା “ଗରିମା” ଆରମ୍ଭ କରାଯାଇଛି । କୋର ସାନିଟେସନ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଏହି ପ୍ରକାର ଯୋଜନା ଆରମ୍ଭ କରିବାରେ ଓଡିଶା ଏକ ଐତିହାସିକ ପଦକ୍ଷେପ ନେଇଛି । ବର୍ଷ ବର୍ଷ ଧରି ଆମର ମୂଳ ପରିମଳ କର୍ମଚାରୀମାନେ ସାମାଜିକ ଅନ୍ୟାୟ ଓ ଦାରିଦ୍ର‌୍ୟ ବିରୋଧରେ ଲଢେଇ କରି ଆସୁଛନ୍ତି, ମୂଳ ପରିମଳ କର୍ମଚାରୀମାନେ ଶୈାଚାଳୟ ନଳା ବୃହତ ନଳା ସେପ୍ଟିକ ଟାଙ୍କି, ମଳପଙ୍କ ପରିଚାଳନା (ଗ୍ଦରକ୍ଟ୍ରଗ୍ଧବଶର) ତଥା ଜଳ ନିଷ୍କାସନ ଓ ପରିଛନ୍ନତା ରକ୍ଷଣା ବେକ୍ଷଣ ଦାୟିତ୍ୱ ତୁଲାଇଥାନ୍ତି । ଅମାନୁଷିକ ତଥା ବିପଦ ଜନକ ପରିମଳ ବ୍ୟବସ୍ଥାକୁ ହଟେଇ ମୂଳ ପରିମଳ କର୍ମଚାରୀଙ୍କ ସାମାଜିକ-ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପୁଣି ଥରେ ନିଜର ପ୍ରତି ବଦ୍ଧତାକୁ ଦର୍ଶାଇଛନ୍ତି । ଏହି ପ୍ରକାର ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୨୦ ହଜାର ମୂଳ ପରିମଳ କର୍ମଚାରୀ ଏବଂ ଏକ ଲକ୍ଷରୁ ଉର୍ଦ୍ଧ୍ୱ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ । ଗରିମା ଯୋଜନାରେ ଅନେକ ଜାତୀୟ ତଥା ରାଜ୍ୟ ଆଇନ ଅନ୍ତର୍ଭୁକ୍ତ ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ।
ରାଜ୍ୟ ସ୍ତରୀୟ ସର୍ବେକ୍ଷଣମାଧ୍ୟମରେ ମୂଳ ପରିମଳ କର୍ମଚାରୀମାନଙ୍କୁ ଚିହ୍ନଟ ଓ ପଞ୍ଜିକରଣ କରାଯାଇ ସେବା ପ୍ରଦାନକାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ଆବଶ୍ୟକ ମେସିନ ଯୋଗାଣକୁ ସୁନିଶ୍ଚିତ କରାଯିବ । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ବ୍ୟବସ୍ଥା ହେବ । ଏତଦ୍‌ବ୍ୟତିତ ସ୍ୱତନ୍ତ୍ର ବର୍ଗ ବେତନ ପ୍ରବର୍ତନ , ବିପଦପୂର୍ଣ୍ଣ କାର୍ଯ୍ୟପାଇଁ ସ୍ୱତନ୍ତ୍ର ଭତାର ପ୍ରବର୍ତନ , ଆଘାତ କିମ୍ବା ଦୁର୍ଘଟଣା ଜନିତ ପରିସ୍ଥିତି ରେ ପରିବାରକୁ ଆର୍ଥିକ ସହାୟତା , ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା , ଦୁଇଚକିଆ ଯାନ କ୍ରୟ ନିମନ୍ତେ ପ୍ରକୃତ ମୂଲ୍ୟର ୯୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ । ଇପିଏଫ୍ , ଅବସରକାଳୀନ ସୁବିଧା , ସ୍ୱାସ୍ଥ୍ୟ ଯାଂଚ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ।

loading...

Leave A Reply

Your email address will not be published.