Breaking

କୋରାପୁଟ ରୁ ୧୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଗତକାଲି ବିଳମ୍ବିତ ରାତ୍ରିରେ କୋରାପୁଟ ର ଦୁଇଟି ଭିନ୍ନ ସ୍ଥାନ ରୁ ପୋଲିସ ପାଖାପାଖି ୧୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ୮ କ୍ଵିଣ୍ଟାଲ ଗଞ୍ଜେଇ ୨୭ ଟି ବସ୍ତାରେ ହନୁମାଳ ଗାଁର ଏକ ନିର୍ମାଣଧୀନ ଘରୁ ମାଛକୁଣ୍ଡ ପୋଲିସ ଜବତ କରିଥିଲା।
ସେହିପରି ପଦୁଆ ପୋଲିସ ପାଟ୍ରୋଲିଂ ଦେବତା ଛକ ନିକଟରେ ଏକ ମିନିଟ୍ରକ ରୁ ୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଥିଲା।

ଟ୍ରକ୍ ଟି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା ବୋଲି ଜଣା ପଡିଛି। ତେବେ ଅଭିଯୁକ୍ତ ମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳ ରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି।

loading...

Leave A Reply

Your email address will not be published.