Breaking

ମା ଙ୍କ ମୂର୍ତ୍ତୀରେ ସମବେଦନାର ଚିତ୍ର

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ସମଗ୍ର ବିଶ୍ବ କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ଦୁଃଖ ଦେଖିବାକୁ ମିଳିଥିଲା, ଯିଏ ନିଜର ଚାଲି ଚାଲି ନିଜ ଘରକୁ ଫେରିଥିଲେ ସପରିବାର। ଜୀବନ ଜୀବିକା କୁ ବାଜି ଲଗାଇ, ଖରା ବର୍ଷା କୁ ଖାତିର ନ କରି ନିଜ ଭିଟାମାଟି କୁ ଫେରି ଆସିଥିଲେ। ବେକାରୀ, କାରଖାନା ବନ୍ଦ ଏବଂ ଅନିଶ୍ଚିତ ଭବିଷ୍ୟତ ନେଇ ଏହି ପ୍ରବାସୀ ଶ୍ରମିକ ମାନେ କରାେନା ସହିତ ଦାରିଦ୍ର୍ୟ ସହ ମଧ୍ୟ ସଂଗ୍ରାମ କରିଥିଲେ ନିଜ ପରିବାର ଠାରୁ ଦୂର ଅନ୍ୟ ଏକ ଅଜଣା ସହରରେ।

ଏହି ପ୍ରବାସୀ ଶ୍ରମିକ ମାନଙ୍କୁ ସମ୍ମାନ ଦେବା ପାଇଁ କଲିକତା ର ବେହାଲା ର ବାରିଶା କ୍ଳବ୍ ଦୁର୍ଗାପୂଜା କମିଟି ଏକ ଭିନ୍ନ ପ୍ରକାରର ଦେବୀ ମୂର୍ତ୍ତୀ ପୂଜା କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି ମୂର୍ତ୍ତୀ ମାଆ ଦୁର୍ଗାଙ୍କ ବଦଳରେ ଜଣେ ପ୍ରବାସୀ ମାଆ ଏବଂ ତାଙ୍କ ପିଲା ମାନଙ୍କୁ ନେଇ ତିଆରି କରାଯାଇଛି। କମିଟି ର କାର୍ଯ୍ୟକର୍ତ୍ତା ମାନେ ମୂର୍ତ୍ତୀ ର ଫଟୋ ସୋସିଆଲ ମିଡିଆରେ ଛାଡ଼ିବା ପରେ ତାହା ଅନେକ ମାତ୍ରାରେ ଭାଇରାଲ୍ ହୋଇଥିଲା ଏବଂ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥିଲା।

ଉକ୍ତ ଫଟୋ ଟିରେ ଜଣେ ମାଆ ନିଜର ଛୋଟ ଶିଶୁ କୁ ଧରି ମଝିରେ ଠିଆ ହୋଇଥିବା ବେଳେ ଦୁଇ ପାର୍ଶ୍ଵ ରେ ଦୁଇଟି ଛୋଟ ଝିଅ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ରୂପ ସହ ତୁଳନା କରାଯାଇଛି। କୋଳରେ ରହିଥିବା ପୁତ୍ର ସନ୍ତାନ ଜଣଙ୍କୁ କାର୍ତ୍ତିକ ଙ୍କ ସହ ତୁଳନା କରାଯାଇଛି।

loading...

Leave A Reply

Your email address will not be published.