Breaking

ରାଜଧାନୀରେ ନକଲି ମଦ କାରଖାନା ଠାବ ! ଅଭିଯୁକ୍ତ ମାଲିକ ଗିରଫ

0

ଭୁବନେଶ୍ୱର:ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ନକଲି ମଦ କାରଖାନା ଠାବ ହୋଇଛି। କ୍ୟୁଏଟି ଓ ଖାରବେଳ ନଗର ପୋଲିସର ମିଳିତ ଚଢାଉରେ ଏହି ମଦ କାରଖାନାକୁ ଠାବ କରାଯାଇପାରିଛି । ସେଠାରୁ ୫୦୦ ଲିଟରରରୁ ଅଧିକ ନକଲି ମଦ, ମଦ ତିଆରିରେ ବ୍ୟବହୃତ ଦ୍ରବ୍ୟ, ଠିପି ଓ ପ୍ୟାକିଂ ମେସିନ ଜବତ କରାଯାଇଛି। ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଲେବୁଲ ଓ ଷ୍ଟିକର ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି।

ଏହି ଘଟଣାରେ ଅଭିଯୁକ୍ତ ଦୀପକ ଦ୍ୱିବେଦୀକୁ ଖାରବେଳନଗର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଏକ ହୋଟେଲର ମାଲିକ ବୋଲି ଜଣାପଡ଼ିଛି। ପୋଲିସ ଏ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସେଠାରେ ନକଲି ମୃଦୁ ପାନୀୟ ମଧ୍ୟ ତିଆରି ହେଉଥିବା ଜାଣିବାକୁ ପାଇଛି। ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ଖୋଳତାଡ କରୁଅଛି।

loading...

Leave A Reply

Your email address will not be published.