Breaking

ପୋଲିସ ଏନକାଉଣ୍ଟରରେ ଦୁଦ୍ଦାନ୍ତ ଅପରାଧୀ ଫିରୋଜ ଆହତ

0

ଭୁବନେଶ୍ୱର: ନିରାକାରପୁର ରାମେଶ୍ୱର ଛକରେ ଗତକାଲି ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଖଜୁରିଆର ବବୁଲ ଓରଫ ଫିରୋଜ ଖାନ୍ ଆହତ ହୋଇଛି। ବବୁଲ ଗୋଡ଼ରେ ୨ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବୁଲକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ଖୋର୍ଦ୍ଧାରେ ନିରାକାରପୁର ଅଞ୍ଚଳରେ ପହଞ୍ଚି ଅଚାନକ ଏନକାଉଣ୍ଟର କରିଥିଲା ।ଅପରପକ୍ଷେ ଏନକାଉଣ୍ଟର ସମୟରେ ବବୁଲୁ ମଧ୍ୟ ପୋଲିସ ଉପରକୁ ବୋମା ଫିଙ୍ଗିଥିଲା । ଫଳରେ ନିରାକାରପୁର ଥାନା ଅଧିକାରୀ ସରୋଜ ଉପାଧ୍ୟାୟ, ଏଏସଆଇ ଶଙ୍କର୍ଷଣ, କନଷ୍ଟେବଲ ଅକ୍ଷୟ ମାନସିଂହ ଓ ଡ୍ରାଇଭର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଫିରୋଜ ନାଁରେ ପାଖାପାଖି ୪୦ଟି ଅପରାଧିକ ମାମଲା ରହିଛି।

loading...

Leave A Reply

Your email address will not be published.