Breaking

ନୟାପଲ୍ଲୀ ୱାର୍ଡ଼ ନଂ-୩୯ ରେ କରୋନା ସଚେତନତା କାର୍ଯ୍ୟକ୍ରମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ଭୁବaନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ନୟାପଲ୍ଲୀ ଓା୍ୱର୍ଡ ନଂ ୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲ୍ ରେ ଏକ କୋରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାସ୍ତ୍ରୀନଗରର ବସ୍ତି ବାସିନ୍ଦା ଗୁରୁଜନ ମାନଙ୍କୁ ସାବୁନ, ମାସ୍କ, ସାନିଟାଇଜର୍‌, ଫିନାଇଲ୍ ଓ ବ୍ଲିଚିଙ୍ଗ ପାଉଡର ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦାନ କରି ଗୁରୁଜନ ମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରି ବଣ୍ଟନ କରି କୋରନା ଟିକା ନ ବାହାରିବା ପର୍ଯ୍ୟନ୍ତ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଅନୁରୋଧ କୁ ରକ୍ଷା କରି ନିଜ ନିଜ ଭିତରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାକ୍ସ ପିନ୍ଧି ସାନିଟାଇଜ ହୋଇ ରହିବା ପାଇଁ ଶ୍ରୀ ଜେନା ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାସ୍ତ୍ରୀନଗର ଉନ୍ନୟନ ପରିଷଦର ସଭାପତି ଗିରିଜା ନନ୍ଦନ ମହାନ୍ତି, ସଧାରଣ ସଂପାଦକ ଅଶୋକ କୁମାର ବେହେରା, ଅର୍ଦ୍ଧନାରୀଶ୍ୱର ମନ୍ଦିର କମିଟିର ସଭାପତି ବ୍ରଜମୋହନ ସାହୁ, ଶାସ୍ତ୍ରୀ ନଗର ମହିଳା ସାମାଜିକ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ଉତ୍ତମା ପ୍ରହରାଜ, କୋଷାଧକ୍ଷ ଅନ୍ନପୂର୍ଣ୍ଣା ଦାସ, ଭୁବନେଶ୍ୱରୀ ମହିଳା ମହାସଂଘର ସଭାପତି କୃଷ୍ଣପ୍ରିୟା ପାଣିଗ୍ରାହୀ, ସଧାରଣ ସଂପାଦିକା ପୁଷ୍ପଲତା ବିଶ୍ୱାଳ, କୋଷାଧକ୍ଷ ଅନ୍ନପୂର୍ଣ୍ଣା ଦାସ, ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟ, ରମାନାଥ ସାମନ୍ତରାୟ, ନବକିଶୋର ବେହେରା, ବଦ୍ରିନରାୟଣ ମିଶ୍ର, ସରଶ୍ୱତୀ ଦାସ, ଶରତ କୁମାର ପାତ୍ର, ମୁନା ପାତ୍ର ଓ ମନୋରଞ୍ଜନ ନାୟକଙ୍କ ସମେତେ ମହାବୀର ସାମାଜିକ ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.