Breaking

ଖସୁଛି କରୋନାଗ୍ରାଫ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କବୁ ହେଉଛି କରୋନା। ସଂକ୍ରମଣ କମିବା ଆସ୍ବସ୍ତି ଆଣୁଛି ନିଶ୍ଚୟ।ଦେଶରେ କରୋନା ସଂକ୍ରମଣ ମାମଲା ୭୪ ଲକ୍ଷ ଟପିଥିବା ଭେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୧୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଓ ୮୩୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମୋଟ୍‌ ସଂକ୍ରମଣ ମାମଲା ୭୪ ଲକ୍ଷ ୩୨ ହଜାର ୬୮୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ୧.୫୨ ପ୍ରତିଶତକୁ କମିଯାଇଛି । ଆଇସିଏମ୍‌ଆର ଅନୁଯାୟୀ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଦେଶରେ ମୋଟ୍‌ ୯ କୋଟି ୩୨ ଲକ୍ଷ ୫୪ ହଜାର ୧୭ ନମୁନା ପରୀକ୍ଷା ହୋଇଛି । ତେବେ ଶୁକ୍ରବାର କେବଳ ୯ ଲକ୍ଷ ୯୯ ହଜାର ୯୦ ନମୁନା ପରୀକ୍ଷା ହୋଇଛି ।ତେବେ ସଂକ୍ରମଣ କମୁଥିଲେ ମଧ୍ୟ ଆଗକୁ ପାର୍ବଣ ଓ ଶୀତ ଦିନ ଆସୁଥିବାରୁ ସାବଧାନତା ଅବଲମ୍ବନ କରିବାପାଇଁ ସୂଚାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

loading...

Leave A Reply

Your email address will not be published.