Breaking

ସୁରଜିତ ଙ୍କ ପାଇଁ ଶୋକ ସଭା

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭି ଏସ୍ ଏସ୍ ନଗର ଡି ଏଲ୍ କଲୋନୀର ସମସ୍ତଙ୍କର ପ୍ରିୟ ସୁରଜିତ ସାହୁ ଓରଫ ଦିପୁନାଙ୍କ ଅକାଳ ବିୟୋଗରେ କଲୋନୀ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ଦିପୁନା ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଅନୁଷ୍ଠିତ ସଭାରେ ବକ୍ତା ମାନେ କହିଛନ୍ତି। ଏହି ସଭାରେ ଦିପୁନାଙ୍କୁ ମନେ ରଖିବା ପାଇଁ ଏକ ସ୍ମରଣିକା ଉନ୍ମୋଚନ ହେବା ସହିତ ଦୁର୍ଘଟଣାସ୍ଥଳରୁ ଡାକ୍ତରଖାନା ପର୍ଯ୍ୟନ୍ତ ନେଇଥିବା ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ଓ ଟୁନା ରାଉଳଙ୍କୁ ଡି ଏଲ ବ୍ରଦର୍ସ ଗ୍ରୁପ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଶୋକ ସଭାରେ ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦ ର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା, ଦୁର୍ଗାପୂଜା କମିଟିର କୋଷାଧ୍ୟକ୍ଷ ପ୍ରତାପ କୁମାର ନନ୍ଦ, ନିଶୀଥ ରଞ୍ଜନ ନନ୍ଦ, ପ୍ରକାଶ କୁମାର ଦାସ, ପୁରଞ୍ଜନ ପାଢ଼ୀ, ସ୍ବରାଜ କେତନ ରାଉତ, ହିମାଂଶୁ ନାୟକ, ବିପ୍ଳବ ମହାନ୍ତି, ଶମ୍ଭୁଦତ୍ତ ନନ୍ଦଙ୍କ ସହିତ ଡି ଏଲ କଲୋନୀ ବ୍ରଦର୍ସ ଗ୍ରୁପ୍ ର ସଦସ୍ୟ ମାନେ ଉପସ୍ଥିତ ରହି ଦିପୁନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ।

loading...

Leave A Reply

Your email address will not be published.