Breaking

ପାସ୍ ହେଲା ନାଗରିକ ସଂଶୋଧନ ବିଲ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ନାଗରିକ ସଂଶୋଧନ ବିଲ । ବିଲ ସପକ୍ଷରେ ପଡିଲା ୧୨୫ ଭୋଟ । ବିପକ୍ଷରେ ପଡିଲା ୧୦୫ ଭୋଟ୍ । ବିଲ ନେଇ ମୋଟ ୨୩୦ ଭୋଟ ପଡିଥିଲେ ବି ସେଥିରୁ ୧୨୫ଟି ଭୋଟ ସପକ୍ଷରେ ଯାଇଛି । ସେପଟେ ଶିବସେନା ଭୋଟିଂ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ ବି ବିଲକୁ ରାଜ୍ୟସଭାରୁ ମଞ୍ଜୁରୀ ମିଳିଛି ।ତେବେ ଆଜି ଦିନ ତମାମ ଉକ୍ତ ପ୍ରସଙ୍ଗରେ ଗୃହ ଗରମ ହୋଇଥିଲା । ଗୃହ ଭିତରେ ବିରୋଧୀ ଉକ୍ତ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ପ୍ରବଳ ହଟଗୋଳହୋଇଥିଲା। ତେବେ ବହୁ ବିତର୍କ ପରେ ଶେଷରେ ବିରୋଧୀଙ୍କ ଗର୍ଜନ ବିଫଳ ହୋଇଛି । ଗୋଟିଏ ପଟେ ବିଲକୁ ନେଇ ରାଜ୍ୟସଭାରେ ବିତର୍କ ଜୋର ଧରିଥିବା ବେଳେ ଅନ୍ୟପଟେ ଗୃହ ବାହାରେ ଏହାର ବିରୋଧ ଦେଖିବାକୁ ମିଳିଥିଲା । ଆସାମରେ ବିଲକୁ ବିରୋଧ କରି ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା । ପରିଶେଷରେ ଉଭୟ ଗୃହରେ ବିଲ୍ ଉପରେ ମୋହର ବାଜିଛି।

loading...

Leave A Reply

Your email address will not be published.