Breaking

ଛଟ୍ ପୂଜା ପାଳନ ଉପରେ କଟକଣା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ନଦୀ ପଠାରେ ବାଲିଯାତ୍ରା ଏବଂ ବୋଇତ ବନ୍ଦାଣ ପର୍ବ ପାଳନ ନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯିବା ପରେ ଏବେ ଛଟ୍ ପୂଜା ପାଳନ କରିବା ଉପରେ ଲାଗିଲା ଅଙ୍କୁଶ। ରାଜ୍ୟ ସରକାରଙ୍କ ବିଶେଷ ରିଲିଫ୍ କମିଶନ୍ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ରେ ନଦୀ ପଠାରେ ଛଟ୍ ପୂଜା କରିବା ପାଇଁ ବାରଣ କରାଯାଇଛି। ଲୋକ ଗହଳିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ଥିବାରୁ ଜନ ସାଧାରଣଙ୍କ ସ୍ବାସ୍ଥ୍ୟବସ୍ଥା କୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଜନ ସାଧାରଣଙ୍କୁ ନିଜ ଘରେ କରୋନା ସମ୍ପର୍କିତ ନିୟମ ମାନି ପର୍ବ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି।
କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇନଥିବା ବେଳେ ରାଜ୍ୟସରକାର ଏହି ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ବର ୨୦ ତାରିଖରେ ଛଟ୍ ପୂଜା ପାଳନ ହେବାକୁ ଥିବା ବେଳେ ପୂର୍ବରୁ ଦିଲ୍ଲୀ ଏବଂ ଝାଡ଼ଖଣ୍ଡ ରାଜ୍ୟ ସରକାର ମଧ୍ୟ ନଦୀ ପଠାରେ ଛଟ୍ ପୂଜା ପାଳନ ଉପରେ କଟକଣା ଲଗାଇଛନ୍ତି। ତେବେ ଏହିପରି ପର୍ବ ପର୍ବାଣୀ ପାଳନ କ୍ଷେତ୍ରରେ କଟକଣା କେତେକାଂଶରେ ହିନ୍ଦୁ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

loading...

Leave A Reply

Your email address will not be published.