Breaking

ସେଣ୍ଟ୍ ଜାଭିୟର୍ ଉଚ୍ଚ ବିଦ୍ୟାଳୟର କ୍ୟାଣ୍ଡେଲ ଶୋଭାଯାତ୍ରା

0

ଭୁବନେଶ୍ୱର : ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଗଣଦୁଷ୍କର୍ମକୁ ନିନ୍ଦା କରିବା ସହିତ ଦୋଷୀକୁ ଶୀଘ୍ର ଦଣ୍ଡ ମିଳିବା ପ୍ରତିବାଦରେ ପଟିଆ ସ୍ଥିତ ସେଣ୍ଟ୍ ଜାଭିୟର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ନିକୋଲା ହେରିଙ୍କ ନେତୃତ୍ୱରେ ବିଦ୍ୟାଳୟର ପରିସରରୁ ଏହି ର‌୍ୟାଲି ବାହାରି ପଟିଆ ଛକ ହୋଇ ପୁଣି ବିଦ୍ୟାଳୟକୁ ଫେରିଥିଲା । ଛାତ୍ରଛାତ୍ରୀଙ୍କ ମୁହଁରୁ ବାହାରୁଥିଲା, ‘ଆମକୁ ନ୍ୟାୟ ମିଳୁ,ଦୋଷୀକୁ ଶୀଘ୍ର ଦଣ୍ଡ ମିଳୁ, ଆମେ ଚାହୁଁ ସୁରକ୍ଷା’ । ଏହିଭଳି ନାରାରେ ରାସ୍ତା କମ୍ପିଥିଲା । ଅଧ୍ୟକ୍ଷା ଶ୍ରୀମତୀ ହେରି କହିଥିଲେ ଏହା ଏକ ଅମାନବୀୟ ଘଟଣା, ଏହାକୁ ସମସ୍ତେ ନିନ୍ଦା କରିବା ସହିତ ଏକ ସ୍ୱରରେ ସୁରକ୍ଷା ଦାବୀ କରିବା ଉଚିତ୍ । ଏଭଳି ଘଟଣା ଯେମିତି ଭାରତବର୍ଷରେ ଆଉ ନ ଘଟୁ ସେଥିପାଇଁ ସରକାର ଯତ୍ନବାନ ହେବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଯଥା କ୍ରାନ୍ତି ମହାନ୍ତି, ସୌମ୍ୟକାନ୍ତ ସାସମଲ୍, ବିଚିତ୍ରା ଭଟ୍ଟ, ନମିତା, ସୁବ୍ରତ ଦାସ ଓ ଅଭିଭାବକ ସସ୍ମିତା ନାୟକ, ନିହାରିକା ମହାନ୍ତିଙ୍କ ସହିତ ବିଦ୍ୟାଳୟର ସବୁ ଶ୍ରେଣୀର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

loading...

Leave A Reply

Your email address will not be published.