Breaking

ଉପନିର୍ବାଚନ ଜନାଦେଶ : ବିଜେପି ଆଗୁଆ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଦେଶର ୧୧ ଟି ରାଜ୍ୟରେ ୫୪ଟି ବିଧାନସଭା ଆସନ ପାଇଁ ଚାଲିଥିବା ଉପନିର୍ବାଚନ ରେ ବିଜେପି ୪୦ ରୁ ଉର୍ଦ୍ଧ୍ୱ ଆସନ ରେ ଆଗୁଆ ରହିଛି। ଗୁଜୁରାଟ ର ୮ ଟି ଆସନରୁ ୩ଟି ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୫ ଟି ଆସନରେ ବିଜେପି ଆଗୁଆ ରହିଛି। ସେହିପରି କର୍ଣ୍ଣାଟକ ର ଦୁଇଟି ଆସନରୁ ଗୋଟିଏ ରେ ବିଜୟୀ ହେବା ସହ ଅନ୍ୟଟିରେ ମଧ୍ୟ ବିଜେପି ଆଗୁଆ ରହିଛି। ମଧ୍ୟପ୍ରଦେଶ ରେ ୬ଟି ଆସନରେ ବିଜେପି ଜିତିଥିବା ବେଳେ ୧୩ ଟି ରେ ଆଗୁଆ ରହିଛି। ସେହିପରି ମଣିପୁର ରେ ୩ଟି ଆସନରେ ବିଜୟୀ ହେବା ସହ ଗୋଟିଏ ରେ ଆଗୁଆ ରହିଛି। ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ରେ ମଧ୍ୟ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି। ତେବେ ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ନାଗାଲାଣ୍ଡ ଆଦି ରାଜ୍ୟରେ ବିଜେପିର କୌଣସି ପ୍ରଭାବ ଅନୁଭୂତ ହୋଇନାହିଁ। ଝାଡ଼ଖଣ୍ଡ, ଓଡ଼ିଶା ଏବଂ ନାଗାଲାଣ୍ଡ ରେ ଆଞ୍ଚଳିକ ଦଳ ଆଗୁଆ ରହିଥିବା ବେଳେ ଛତିଶଗଡ଼ ଏବଂ ହରିୟାଣାରେ କଂଗ୍ରେସ ଆଗୁଆ ରହିଛି।

loading...

Leave A Reply

Your email address will not be published.