Breaking

ଫେବୃଆରୀ ୧୯ ରୁ ମାଟ୍ରିକ ପରୀକ୍ଷା

କପି ରୋକିବାକୁ ବ୍ୟବହାର ହେବ ସିକ୍ୟୁରିଟି କୋଡ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବା ସହ ପରୀକ୍ଷାର ପ୍ରଥମ ଦିନ ଅର୍ଥାତ ୧୯ ତାରିଖରେ ସାହିତ୍ୟ, ୨୨ରେ ଦ୍ୱିତୀୟ ଭାଷା, ୨୪ରେ ହିନ୍ଦୀ ଓ ସଂସ୍କୃତର ପରୀକ୍ଷା ହେବ । ୨୬ ତାରିଖରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଏବଂ ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ହୋଇ ମାଟ୍ରିକର ସମସ୍ତ ପରୀକ୍ଷା ହେବ। ପ୍ରତିଦିନ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୨ଟା ୩୦ରେ ସରିବ ଓ ଗଣିତ ପରୀକ୍ଷା ପାଇଁ ପିଲାଙ୍କୁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯିବ ବୋଲି ସୂଚନା ଦେଇଛି ବୋର୍ଡ କତୃପକ୍ଷ।ସେପଟେ ଚଳିତ ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଲାଗିବ ଏକ ଡିଜିଟାଲ କୋଡ । ପରୀକ୍ଷା ଖାତାରେ ରହିବ ସିକ୍ୟୁରିଟି କୋଡ । ଏଥର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରଶ୍ନପତ୍ର ମିଳିବ, ଯେଉଁ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ରହିବ । ଯଦି କେହି ପ୍ରଶ୍ନ ପତ୍ରର ଫଟୋ ଉଠାଇଲେ ତେବେ ଏହା ସିକ୍ୟୁରିଟି କୋଡ ଆଡମିନଙ୍କୁ ଏକ ମ୍ୟାସେଜ୍ ଯିବ ।ତେଣୁ କପି କରିବା ଅସମ୍ଭବ ହେବ ।

loading...

Leave A Reply

Your email address will not be published.