Breaking

ପୋଲିସ୍ ଜାଲରେ ଧଳା ଜହର ବ୍ୟବସାୟୀ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ରାଜଧାନୀ ଭୁବନେଶ୍ବରରେ ଡ୍ରଗ୍ସ କାରବାର ଉପରେ ଚଢ଼ାଉ କରି ଆଜି ଖଣ୍ଡଗିରି ଥାନା ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୨୫୪ଗ୍ରାମ ବ୍ରାଉନ ସୁଗାର ଜବତ କରିଛି।
ଜବତ ହୋଇଥିବା ଡ୍ରଗ୍ସ ର ବଜାର ମୂଲ୍ୟ ପାଖାପାଖି ୨୫ ଲକ୍ଷ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
ନୟାଗଡ଼ ଦଶପଲ୍ଲା ଅଞ୍ଚଳର ମୁନା ସେଠୀ ଭୁବନେଶ୍ଵରର କଳିଙ୍ଗ ବିହାର ଅଞ୍ଚଳରେ ଏହି ଡ୍ରଗ୍ସ କାରବାର ଚଳାଇଥିବା ନେଇ ପୋଲିସ୍ କୁ ଖବର ମିଳିବା ପରେ ଚଢ଼ାଉ କରିଥିଲା ଖଣ୍ଡଗିରି ପୋଲିସ୍। ଅଭିଯୁକ୍ତ ଜଣକ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, କାର, ସୁନା ଚେନ୍ ଏବଂ ଦୁଇଟି ମଟର ସାଇକେଲ ମଧ୍ୟ ଜବତ କରାଯାଇଛି।
ସେହିପରି ପୁରୀ କାକଟପୁର ଥାନା ପୋଲିସ ଓଳଙ୍ଗରା ଗାଁରୁ ଆସୁଥିବା ଏକ ବାଇକ ଖାନତଲାସ ବେଳେ ୧୦.୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ଓଳଙ୍ଗରା ଗାଁର ପ୍ରଶାନ୍ତ ସ୍ୱାଇଁ ଓ ତା ସହଯୋଗୀ ହରିଣବାବି ଗାଁର ବୁଲୁ ଦାସକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

loading...

Leave A Reply

Your email address will not be published.