Breaking

ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ

0

ପୁରୀ: ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ । ବ୍ରହ୍ମ ପରିବର୍ତ୍ତନ ଏକ ଗୁପ୍ତ ନୀତି ଓ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାର ତଥ୍ୟ ସର୍ବ ସାଧାରଣରେ ପ୍ରକାଶିତ ହେବ ନାହିଁ ।ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ସୂଚନା ଅଧିକାର ଆଇନ ବା ଆରଟିଆଇ ବଳରେ ମଧ୍ୟ ବ୍ରହ୍ମ ବିଭ୍ରାଟ ରିପୋର୍ଟ ବିଷୟରେ କୌଣସି ତଥ୍ୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।ବ୍ରହ୍ମ ବିଭ୍ରାଟରେ ସମ୍ପୃକ୍ତ ଥିବା ୧୦ ରୁ ୧୫ ଜଣ ସେବକଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଆଇନ ୨୧(ଖ) ଅନୁସାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ଦର୍ଶାଅ ନୋଟିସ ଜାରି ହେବା ସହ ୩ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ। ଗତ ୨୦୧୫ ମସିହା ନବକଳେବର ସମୟରେ ଘଟ ପରିବର୍ତ୍ତନରେ ବିଭ୍ରାଟ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପୂର୍ବରୁ ଏହି ଘଟଣାରେ ୨ ଜଣ ଦଇତାପତି ନିଲମ୍ବିତ ହୋଇଥିଲେ । ପରେ ତାଙ୍କ ନିଲମ୍ବନକୁ ଉଠାଇ ଦିଆଯାଇଥିଲା ।
ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଏସପି ଡଃ ସାର୍ଥକ ଷଡ଼ଙ୍ଗି ଓ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ ।

loading...

Leave A Reply

Your email address will not be published.