Breaking

ବଲିଉଡ୍ ସେଲିବ୍ରେଟିଙ୍କ ଲଭ୍ ଲାଇଫ୍ ! ବର୍ଷକରୁ ବି ଅଧିକା ତିଷ୍ଠିନାହିଁ ଏମାନଙ୍କ ବିବାହ

0

ମୁମ୍ବାଇ : ବଲିଉଡର ଛୋଟ ପରଦା ହେଉ କି ବଡ ପରଦା ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଚର୍ଚ୍ଚା ହୋଇଥାଏ । ସେହିପରି ସେମାନଙ୍କର ଲଭ୍ ଲାଇଫ୍, ଆଫେୟାର୍ସ, ବିବାହ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥାଏ । ବହୁ କଳାକାର ମାନେ ନିଜର ଜୀବନସାଥୀ ନିଜେ ବାଛିଥାନ୍ତି । ଏପରିକି ନିଜର ସହଯୋଗୀମାନଙ୍କୁ ବିବାହ କରିଥିବାର ନଜିର ଅଛି । ମାତ୍ର ବହୁ ବିବାହ ବର୍ଷେରୁ ଅଧିକା ସମୟ ମଧ୍ୟ ତିଷ୍ଠି ପାରିନି । ଏବେ ନଜର ପକାନ୍ତୁ ସେଭଳି କିଛି ସେଲିବ୍ରିଟିଙ୍କ ଉପରେ: 

କରଣ ସିଂ ଗ୍ରୋଭର :

କରନ ସିଂ ଗ୍ରୋଭର ଏବେ ବଲିଉଡ ଆକ୍ଟ୍ରେସ୍ ବିପାଶା ବାସୁଙ୍କୁ ବିବାହ କରି ବେଶ୍ ଖୁସିରେ ଅଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ । ଆଉ ଶ୍ରଦ୍ଧାଙ୍କ ସହ ତାଙ୍କର ବିବାହ ବେଶିଦିନ ତିଷ୍ଠି ପାରିନଥିଲା । ଏହାପରେ ସେ ଜେନିଫର୍ ୱିଙ୍ଗେଗେଟଙ୍କୁ ବିବାହ କରିଥିଲେ । ୨୦୦୮ରେ କରନ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା ଓ ଏହା ବିବାହ ରୂପ ନେଇଥିଲା । ମାତ୍ର ୧୦ ମାସ ମଧ୍ୟରେ ଏହି ବିବାହ ଡିଭୋର୍ସର ରୂପ ନେଇଥିଲା ।

ମଲିକା ଶେରାୱତ :

ବହୁତ କମ୍ ଲୋକ ଜାଣନ୍ତି ଯେ, ବଲିଉଡର ସେକ୍ସି ଅଭିନେତ୍ରୀ ମଲିକା ଶେରାୱତ ବିବାହିତା । ମଲିକା ନିଜର ପୁରୁଷ ବନ୍ଧୁ କରନ ସିଂ ଗିଲଙ୍କୁ ବିବାହ କରିଥିଲେ । ବଲିଉଡକୁ ଆସିବା ପୂର୍ବରୁ ମଲିକାଙ୍କ ବିବାହ ହୋଇସାରିଥିଲା । କିନ୍ତୁ ମଲିକା ନିଜ ବିବାହ ଲୁଚାଇକି ରଖିଥିଲେ । ଅଭିନେତ୍ରୀ ହେବା ପାଇଁ ମଲିକା ଛୋଟ ବେଳୁ ସ୍ୱପ୍ନ ଦେଖିଥିଲେ, ଆଉ ଏହାକୁ ସାକର କରିବା ପାଇଁ ସେ ବିବାହର ବର୍ଷେ ମଧ୍ୟରେ ନିଜ ସ୍ୱମାୀଙ୍କୁ ଛାଡପତ୍ର ଦେଇଥିଲେ ।

ମନିଷା କୋଇରାଲା :

ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀ ଯୋଡି ହୋଇଯାଇଛନ୍ତି । ସେ ହେଉଛନ୍ତି ଇଲୁ ଇଲୁ ଗର୍ଲ ମନିଷା କୋଇରାଲା । ବହୁ ବର୍ଷ ପରେ ସେ ନେପାଳର ରଜା ତଥା ବିଜନେସ୍ ମ୍ୟାନ ଦହଲଙ୍କୁ ବିବାହ କରିଥିଲେ । ୨୦୧୦ରେ କାଠମାଣ୍ଡରେ ଏହି ବିବାହ ସମ୍ପନ୍ନ ହୋଇଥିଲା । କିନ୍ତୁ ସାତ ଜନ୍ମର ଏହି ବନ୍ଧନକୁ ଉଭୟେ ବହୁ କଷ୍ଟରେ ମାତ୍ର କିଛି ମାସ ନିଭାଇବାରେ ସମର୍ଥ ହୋଇଥିଲେ । କିଛି ମାସପରେ ୁଭୟେ ଅଲଗା ରହିବା ଆରମ୍ଭ କରିଥିଲେ । କିନ୍ତୁ ୨ବର୍ଷ ପରେ ଏମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

ଦିବ୍ୟଭାରତୀ:

 

ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ସାଜିଦ ନାଡିଆୱାଲାଙ୍କୁ ବିବାହ କରିଥିଲେ । ଶୋଲା ଓ ଶବନମର ଫିଲ୍ମ ସେଟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ୧୯୯୨ରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁହେଁ ଦୁହିଁଙ୍କୁ ବହୁତ ପ୍ରେମ କରୁଥିଲେ, ମାତ୍ର ଭାଗ୍ୟର ବିଡମ୍ବନା ଆଉ ଥିଲା । ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ଦିବ୍ୟଭାରତୀଙ୍କର ମୃତ୍ୟୁ ହୋଇଯାଇଥିଲା । ଦିବ୍ୟ ନିଜଘରର ଛାତ ଉପରୁ ପଡିଯାଇଥିଲେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଶ୍ୱେତା ରୋହିରା :

ସଲମାନଙ୍କ ରାକ୍ଷୀ ଭଉଣୀ ଶ୍ୱେତା ରୋହିରା ଓ ପୁଲକିତ ସମ୍ରାଟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଆଫେୟାର୍ସ ଚାଲିଥିଲା । ଶେଷରେ ଏହା ବିବାହ ରୂପ ନେଲା । ୨୦୧୪ରେ ଶ୍ୱେତା ପୁଲକିତଙ୍କୁ ବିବାହ କଲେ । ମାତ୍ର ଭ୍ୟାକୁ ଆଉ କିଛି ମଂଜୁର ଥିଲା । ବିବାହର ମାତ୍ର ୧୧ ମାସ ପରେ ଉଭୟେ ଅଲଗା ରହବିା ଆରମ୍ଭ କଲେ । ୟାମି ଗୌତମଙ୍କ ସହ ପୁଲକିତଙ୍କର ସଂପର୍କ ସୃଷ୍ଟି ହେବାରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

ସମୀର ସୋନୀ:

   

ଟିଭି ଆକ୍ଟର ସମୀର ସୋନୀ ଓ ଜଣାଶୁଣା ମଡେଲ ରାଜଲକ୍ଷ୍ମୀଙ୍କ ଲଭ୍ ଲାଇଫ୍ ମଧ୍ୟ କିଛି ଭଲନଥିଲା । ସମୀର ରାଜଲକ୍ଷ୍ମୀଙ୍କୁ ବିବାହ କରିଥିଲେ । ମାତ୍ର ଦୁଃଖ ବିଷୟ ଏହା ଯେ, ବିବାହର ମାତ୍ର ୫ ମାସ ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ବିବାହ ବିଚ୍ଛେଦ ପରେ ଢେର ଦିନ ଯାଏଁ ସମୀର ଏକାକି ରହିଲେ, ମାତ୍ର ପୁଣି ଥରେ ନିଲମଙ୍କ ସହ ତାଙ୍କର ଭେଟ ହେଲା । ଏବେ ଉଭୟଙ୍କ ବୈବାହିକ ଜୀବନ ବେଶ୍ ଭଲରେ ଚାଲିଛି ।

ହିତେନ ତେଜୱାନୀ :

ହିତେନ ତେଜୱାନୀ ଓ ଗୌରୀ ପ୍ରଧାନଙ୍କ ବୈବାହିକ ଜୀବନ ବେଶ୍ ଭଲରେ ଚାଲିଛି । ମାତ୍ର ଏହା ପୂର୍ବରୁ ହିତେନଙ୍କ ଜୀବନରେ ବହୁତ ଝିଅ ଥିଲେ । ଏପରିକି ହିତେନଙ୍କ ପ୍ରଥମ ବିବାହ ମାତ୍ର ୧୧ ମାସ ପର୍ଯ୍ୟନ୍ତ ତିଷ୍ଠିଥିଲା ।

You May Like Here:

            ⇓

loading...

Leave A Reply

Your email address will not be published.