Breaking

ଭି ଏସ୍ ଏସ୍ ନଗର ଯୁବପିଢୀଙ୍କ ନିଆରା ପ୍ରୟାସ

ଆୟୋଜନ କଲେ ରକ୍ତ ଦାନ ଶିବିର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବୀର ସୁରେନ୍ଦ୍ର ସାଏ ନଗର ସ୍ତିତ ଶ୍ରୀ ଶ୍ରୀ ଭୁବନେଶ୍ବରୀ ମନ୍ଦିର ପରିସର ରେ କରୋଣା ମହାମାରୀ ପୀଡ଼ିତଙ୍କ ପାଇଁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଯୁବନେତା ତଥା ସମାଜସେବୀ ପୁରଞ୍ଜନ ପାଢ଼ୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିର ରେ ୨୭ ଜଣ ରକ୍ତଦାତା ଏଇ ମହାମାରୀ ସମୟରେ ରକ୍ତଦାନ କରିଥିଲେ । କରୋନା ର କରାଳ ଛାୟା ରେ ବିଶ୍ଵବାସି ଯେତେବେଳେ ଆହାକାର ଠିକ୍ ସେହି ସମୟ ରେ ରକ୍ତଦାତା ମାନେ ମହମାନବ ର ଭୂମିକା ରେ ଅବତୀର୍ଣ୍ଣ ହୋଇ ସମ ଦୁରତ୍ଵ ଅବଲମ୍ବନ କରି ମାନବ ଜୀବନ ପାଇଁ ରକ୍ତ ଦାନ କରିବା ଏକ ମହତପୂର୍ଣ୍ଣ ଭୂମିକା । ଆଜି ର ଏଇ ଶିବିର ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ସଭାପତି ଡା ଜୟନ୍ତ ପରିଡା, ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ, ରବି ରାୟ, ନିଶିଥ ନନ୍ଦ ପ୍ରକାଶ ଦାସ, ସମରଞ୍ଜନ, ସତ୍ୟମ, ମୁନୁ, ଅଶୋକ ପାଲଟାସିଂ ସମ୍ପୂର୍ଣ ସହଯୋଗ କରିଥିଲେ | ପି ଏଚ ଡି କର୍ମଚାରୀ ବିଜୟଲଷ୍ମୀ ପାଢ଼ୀ, କିଟଇଣ୍ଟରନାସନାଲ ସ୍କୁଲ ଅଧକ୍ଷ ସଞ୍ଜୟ ସୁଆର, ପୋକଷା କୋର୍ଟ ସ୍ୱତନ୍ତ୍ର ସରକାରୀ ଓକିଲ ସୁବ୍ରତ ପ୍ରିୟଦର୍ଶିନୀ ପ୍ରମୁଖ ରକ୍ତଦାନ କରି ଉତ୍ସାହ ବଢ଼ାଇ ଥିଲେ | 100 ୟୁନିଟ ରକ୍ତ ସଂଗ୍ରହର ଲକ୍ଷ୍ୟ ପୂରଣ ଧର୍ଯ୍ୟ କରାଯାଇଛି |

loading...

Leave A Reply

Your email address will not be published.