Breaking

ପରାଜୟ ପରେ ଦଳ କରୁଛନ୍ତି ମାନସମନ୍ଥନ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ତିର୍ତ୍ତୋଲ ଏବଂ ବାଲେଶ୍ଵର ଉପନିର୍ବାଚନ ରେ ବିଜେଡ଼ି ବିଜୟୀ ହେବା ପରେ ବିଜେପି ଏବଂ କଂଗ୍ରେସ ନେତା ମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ଵର ଏବଂ ତିର୍ତ୍ତୋଲ ର ଜନ ସାଧାରଣଙ୍କ ନିଷ୍ପତ୍ତି କୁ ସ୍ବୀକାର କରିବା ସହ ପରବର୍ତ୍ତୀ ଦିନ ମାନଙ୍କରେ ଜନ ସମ୍ପର୍କ ବୃଦ୍ଧି କରିବା ପାଇଁ ବିଜେପି ଚେଷ୍ଟା କରିବ ବୋଲି ମତ ରଖିଛନ୍ତି। ସେହିପରି ବିଜେପି ନେତା ସମୀର ମହାନ୍ତି ଆଗାମୀ ଦିନରେ କେବଳ ବିଜେପି ଏବଂ ବିଜେଡ଼ି ର ଦ୍ୱିପାକ୍ଷିକ ଲଢ଼େଇ ହେବ ବୋଲି ମତ ପୋଷଣ କରିଛନ୍ତି। ଆଗାମୀ ଦିନ ମାନଙ୍କରେ ବିଜେପି ପରାଜୟ ସମ୍ବନ୍ଧରେ ସମୀକ୍ଷା କରିବ ବୋଲି ସୂଚନା ଦେଇଛନ୍ତି।
ସେହିପରି ଉଭୟ ସ୍ଥାନରେ କଂଗ୍ରେସର ପରାଜୟ ପାଇଁ କଂଗ୍ରେସ ଦାୟୀ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି। କଂଗ୍ରେସ ର ଅନ୍ୟ ପ୍ରମୁଖ ନେତା ତାରା ବାହିନୀପତି କଂଗ୍ରେସ ର ପ୍ରଚାର ପ୍ରସାର ଏବଂ ଲୋକ ସମ୍ପର୍କର ଅଭାବ ହିଁ କଂଗ୍ରେସ ର ପରାଜୟର କାରଣ ବୋଲି ମତବ୍ୟକ୍ତ କରିଛନ୍ତି।

loading...

Leave A Reply

Your email address will not be published.