Breaking

ମନେ ପଡନ୍ତି ବିଜୁବାବୁ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଜୟାନନ୍ଦ ପଟ୍ଟନାୟକ ।ସ୍ନେହରେ ସମସ୍ତେ ଡାକନ୍ତି ବିଜୁ ବାବୁ। ସେ ମହାନ ଜନନାୟକ ଆଧୁନିକ ଓଡିଶାର ନିର୍ମାତା ।ନାମ ହି ଯଥେଷ୍ଟ ।ସେ ଥିଲେ ଝଡର ଇଗଲ୍।ଓଡିଶାକୁ ନୂଆ ରୂପ ଦେବାରେ ସେ ହି ମୁଖ୍ୟ ବିନ୍ଧାଣୀ।ଆଜି ସେହି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ ତମ ଶ୍ରାଦ୍ଧଦିବସ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିବସରେ ବିଜୁବାବୁଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ଟ୍ୱିଟ ମାଧ୍ୟମରେ ଲୋକଙ୍କ ସହ ରହିବା ଓ ଲୋକଙ୍କ ଉନ୍ନତି ପାଇଁ କାମ କରିବା ବିଜୁବାବୁଙ୍କ ମନ୍ତ୍ରଥିଲା ବୋଲି କହିଛନ୍ତି। ଲୋକଙ୍କ ସେବାପାଇ ତାଙ୍କର କାର୍ଯ୍ୟଧାରା ଆମକୁ ଅନୁପ୍ରାଣିତ କରିଛି ଓ ଏହି ସେବା ଜାରି ରହିବ ବୋଲି ମତ ଦେଇଛନ୍ତି ନବୀନ୍। ବିଜୁ ବାବୁଙ୍କ ଉତ୍କଳ ପ୍ରତି ଅବଦାନକୁ ପ୍ରତିଟି ଓଡିଆ ଚିରଦିନ ପାଇ ମନେ ରଖିବେ।

ଏହି ମହାନ ଜନନାୟକଙ୍କ ଜୟନ୍ତୀ ଅବସରରେ ଓଡିଶା ନ୍ୟୁଜ୍ ଟୁଡେ ଟିମ୍ ତରଫରୁ ବିନମ୍ର ଶ୍ରଦ୍ଧାଞ୍ଜଳୀ।

loading...

Leave A Reply

Your email address will not be published.