Breaking

ବିହାର ନିର୍ବାଚନ : ଏନ୍ ଡି ଏ ଏବଂ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଦେଶରେ ଉପନିର୍ବାଚନ ସହ ସମସ୍ତଙ୍କ ଆଖି ରହିଛି ବିହାର ନିର୍ବାଚନ ଉପରେ। ବିହାରର ୨୪୩ ଟି ସିଟ୍ ମଧ୍ୟରେ ଗଣତି ଚାଲିଥିବା ବେଳେ ତେଜସ୍ଵୀ ଯାଦବଙ୍କ ମହାଗଠବନ୍ଧନ ଏବଂ ନୀତିଶ କୁମାରଙ୍କ ଏନ୍ ଡି ଏ ମଧ୍ୟରେ କଡ଼ା ଟକ୍କର ପରିଲକ୍ଷିତ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ପ୍ରକାର ନିଶ୍ଚିତ ଫଳାଫଳ ପ୍ରକାଶ ପାଇପାରି ନାହିଁ। ପ୍ରଥମେ ମହାଗଠବନ୍ଧନ ୧୧୦ ଟି ସ୍ଥାନରେ ଆଗୁଆ ଥିବା ବେଳେ ବର୍ତ୍ତମାନ ଏନ୍ ଡି ଏ ୧୨୧ଟି ସ୍ଥାନରେ ଆଗୁଆ ରହିଛି। ବିହାରର ରଘୋପୁର ସ୍ଥାନରୁ ତେଜସ୍ଵୀ ଯାଦବ ୪୦୦+ ଭୋଟରେ ଆଗୁଆ ରହିଛନ୍ତି। ତେବେ ବିହାରର ଜନତା ଏବେ ବିହାରର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ପରିସ୍ଥିତି ରୋମାଞ୍ଚକର ହେବାରେ ଲାଗିଛି।

loading...

Leave A Reply

Your email address will not be published.