Breaking

ବିହାର ନିର୍ବାଚନ : ଆଜି ଶପଥ ଗ୍ରହଣ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ବହୁ ପ୍ରତୀକ୍ଷିତ ବିହାର ବିଧାନସଭା ସାଧାରଣ ନିର୍ବାଚନର ଆଜି ଶପଥ ଗ୍ରହଣ ଉତ୍ସବ। ଶପଥ ଗ୍ରହଣ ପରେ ନୀତିଶ କୁମାର କ୍ରମାଗତ ୪ର୍ଥ ଥର ପାଇଁ ରାଜ୍ୟ ଶାସନର ଭାର ସମ୍ଭାଳିବେ। ଅନ୍ୟାନ୍ୟ ୧୪ ଜଣ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ଆଜି ଶପଥ ପାଠ କରିବେ। ବିଜେପି ର ତାରକିଶୋର୍ ପ୍ରସାଦ ଏବଂ ରେଣୁ ଦେବୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିରୋଧୀ ଦଳ ନେତା ତଥା ଆର୍ ଜେ ଡି ମୁଖ୍ୟ ତେଜସ୍ଵୀ ଯାଦବ ଏହି ଉତ୍ସବରେ ସାମିଲ ହେବେ ନାହିଁ ବୋଲି ଜଣା ପଡ଼ିଛି। ତେବେ ଆର୍ ଜେ ଡି ଦଳ ପକ୍ଷରୁ ଏହି ଉତ୍ସବ କୁ ପ୍ରତ୍ୟାଖାନ କରିବା ପାଇଁ ଆହ୍ବାନ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଶପଥ ପାଠ ଉତ୍ସବ ଅପରାହ୍ନ ୪.୩୦ ଘଟିକାରେ ଥିବା ବେଳେ ବିଜେପି ର ଅନ୍ୟାନ୍ୟ ପ୍ରମୁଖ ନେତା ମାନେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

loading...

Leave A Reply

Your email address will not be published.