Breaking

ବିହାର ନିର୍ବାଚନରେ ପୁନଃ ଗଣତି???

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଗତ ଅକ୍ଟୋବର ୨୮ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିହାରରେ ଚାଲିଥିଲା ବିଧାନସଭା ସାଧାରଣ ନିର୍ବାଚନ। ଆର୍ ଜେ ଡି ମହାଗଠବନ୍ଧନ୍ ପକ୍ଷରୁ ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ବେଳେ ଏନ୍ ଡି ଏ ପକ୍ଷରୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଦୌଡ଼ ରେ ସାମିଲ ହୋଇଥିଲେ। ନଭେମ୍ବର ୧୦ ର ଭୋଟ ଗଣତି ପରେ ଏନ୍ ଡି ଏ ୧୨୫ଟି ଆସନରୁ ବିଜୟୀ ହୋଇ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା।
ତେବେ ନିର୍ବାଚନ ଫଳାଫଳ କୁ ନେଇ ତେଜସ୍ଵୀ ଯାଦବ ଏବଂ ତାଙ୍କ ପ୍ରଶଂସକ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିହାର ନିର୍ବାଚନ ପାଇଁ ଆଉ ଥରେ ଭୋଟ ଗଣତି ହେବା ଆବଶ୍ୟକ ବୋଲି ତେଜସ୍ଵୀ ଙ୍କ ପ୍ରଶଂସକ ତଥା ଦଳୀୟ କର୍ମୀ ମାନେ ମତବ୍ୟକ୍ତ କରିଛନ୍ତି। ଏ ନେଇ #ବିହାର_ମାଗୁଛି_ପୁନଃଗଣତି ବୋଲି ଟୁଇଟର ରେ ଟୁଇଟ କରୁଛନ୍ତି। ତାଙ୍କ କହିବା ଅନୁଯାୟୀ ବିହାରର ବାସିନ୍ଦା ନୀତିଶ କୁମାରଙ୍କ ବିରୁଦ୍ଧରେ ମତ ଦେଉଥିବା ବେଳେ ଭୋଟ କିପରି ତାଙ୍କ ସପକ୍ଷରେ ଗଲା ଏହାର ଯାଞ୍ଚ ହେବା ଆବଶ୍ୟକ। ଏ ନେଇ ତେଜସ୍ଵୀ ଯାଦବ କହିଛନ୍ତି ଯେ ଜନତା ନିଜ ମତ ଦେଇଥିବା ବେଳେ ନିର୍ବାଚନ ଆୟୋଗ ନିଜ ନିଷ୍ପତ୍ତି ଶୁଣାଇଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିଦେବା ଉଚିତ୍ ବୋଲି ସେ ନିଜ ମତ ପୋଷଣ କରିଛନ୍ତି।
ସେହିପରି ଏନ୍ ଡି ଏ ନେତା ମାନେ ରାଜଧାନୀ ପାଟନା ଠାରେ ସଭା କରି ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି କରିବେ ବୋଲି ନୀତିଶ କୁମାର ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.