Breaking

ଭାରତ ବନ୍ଦ ସଫଳ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

କୃଷକ ମାନଙ୍କ ଦ୍ଵାରା ଡାକରା ହୋଇଥିବା ଭାରତ ବନ୍ଦ କୁ ବିରୋଧୀ ଦଳ ମାନଙ୍କ ସମର୍ଥନ ମିଳିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଭାରତ ସରକାର ଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ତିନୋଟି କୃଷକ ଆଇନ ବିରୁଦ୍ଧରେ ଏହି ବନ୍ଦ ପାଳନ କରାଯାଉଛି।କଟକ ସହରର କଚେରୀ ଛକ, ରେଲୱେ ଷ୍ଟେସନ, ବାଦାମବାଡ଼ି ଅଞ୍ଚଳରେ କିଛି କଂଗ୍ରେସ ନେତ୍ରୀ ବନ୍ଦ ପାଳନ କରିବା ସମୟରେ ଗିରଫ ହୋଇଥିବା ଜଣା ପଡ଼ିଛି।
ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦୋକାନ ବଜାର ବନ୍ଦ ଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ହେଉଥିବା ଦେଖିବାକୁ ମିଳିଛି।
ପଶ୍ଚିମ ଓଡିଶାର ସୋନପୁର ଠାରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରୁଥିବାର ଦେଖାଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିବା ହେତୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ତେବେ ବନ୍ଦ ପାଳନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଛି।

loading...

Leave A Reply

Your email address will not be published.