Breaking

ହେବନାହିଁ ବାଲିଯାତ୍ରା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଚଳିତ ବର୍ଷ କୋଭିଡ୍ ପରିସ୍ଥିତିକୁ ଆଖି ଆଗରେ ରଖି ବାଲିଯାତ୍ରା ହେବନାହିଁ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମହାମାରୀ ସମୟରେ ବାଲିଯାତ୍ରା ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ସେ ମତ ରଖିଛନ୍ତି। ଏହା ସହିତ ସାମୁହିକ ବୋଇତ ବନ୍ଦାଣ ମଧ୍ୟ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ପବିତ୍ର ଧବଳେଶ୍ୱର ପୀଠ ରେ ବଡ଼ଓଷା ମଧ୍ୟ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶାର ସାଧବପୁଅ ମାନଙ୍କ ସ୍ମୃତିଚାରଣ ସହ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ମହାନଦୀ ପଠା ରେ ବାଲିଯାତ୍ରାର ଆୟୋଜନ ହୁଏ। ଚଳିତ ବର୍ଷ କରାେନା ମହାମାରୀ ପାଇଁ ଓଡ଼ିଶାର ଏହି ଐତିହାସିକ ଯାତ୍ରାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

loading...

Leave A Reply

Your email address will not be published.